ନୂଆଦିଲ୍ଲୀ: ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଇଏମଡି କରିଛି ପୂର୍ବାନୁମାନ । ରାଜ୍ୟବାସୀଙ୍କୁ ସତର୍କ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବନ୍ୟାଜନିତ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅବପାତଜନିତ ବର୍ଷା ବନ୍ୟାଭଳି ସ୍ଥିତି ଆଣିପାରେ ବୋଲି ବିଭାଗ ପକ୍ଷରୁ ସତର୍କ କରିଛନ୍ତି ।
ଆଜି ଉତ୍ତର ଓଡ଼ିଶା, କାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । କେତୋଟି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇପାରେ ।
ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବା ନେଇ ସତର୍କ କରାଇଲା ଆଇଏମଡି । ଉପକୂଳରେ ପାରାଦ୍ୱୀପଠୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ବର୍ଷିବ ।
ସମୁଦ୍ର ଅଶାନ୍ତ ରହିଛି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସ୍ଥଳଭାଗରେ ମଧ୍ୟ ଘଣ୍ଟାକୁ ୩୦ କି.ମି. ବେଗରେ ପବନ ସମ୍ଭାବନା ରହିଛି ।