ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ସହରରେ କୃତ୍ରିିମ ବନ୍ୟା ସୃଷ୍ଟି ହୋଇଛି ।
ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ରାସ୍ତାରେ ସୃଷ୍ଟି ହେଲା ନଦୀ ଭ୍ରମ ।
ତଳିଆ ଅଞ୍ଚଳର ବିଭିନ୍ନ ଗଳି ଓ ଛକରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଚିଡିଆ ପୋଲ, ନୂଆ ସାହି, ତେଲଙ୍ଗା ଛକରେ ପାଣି ପ୍ରବାହିତ ହେଉଛି ।
ଅଡର ବଜାର ଓ କଂଗ୍ରେସ ଗଳିରେ ବି ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଛି, ଯାହାଫଳରେ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଆରବସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ଏହା ଓଡ଼ିଶା ଅତିକ୍ରମ କରିବ ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା ଆରମ୍ଭ ହୋଇଯାଇଛି ।