fbpx

ବଜେଟରେ ଆସିଛି ବଡ଼ ଖବର: ମହିଳାଙ୍କ ପାଇଁ ବଚତ ପତ୍ର ଯୋଜନା ଆରମ୍ଭ, ମିଳିବ ୨ ଲକ୍ଷ ଟଙ୍କାର ଫାଇଦା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାରା ଦେଶରେ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଦେଶର ମହିଳାମାନଙ୍କ ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ‘ମହିଳା ସମ୍ମାନ ବଚତ ପତ୍ର’ । ସ୍ୱଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା କରିବା ବ୍ୟବସ୍ଥା ରହିବ । ୨ ବର୍ଷ ପାଇଁ ଝିଅ, ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ । ମଝିରୁ ଉଠାଣ ବ୍ୟବସ୍ଥା ରହିବ ଓ ଏହାର ସୁଧ ହାର ୭.୫% ରହିବ ।

ସରକାର କହିଛନ୍ତି ଯେ, ମହିଳା ସମ୍ମାନ ବଚତ ପତ୍ର ମାଧ୍ୟମରେ ମହିଳାମାନଙ୍କୁ ୨ ଲକ୍ଷ ଟଙ୍କା ଲାଭ ମିଳିବ । ସରକାର କହିଛନ୍ତି ଯେ ଏହି ଯୋଜନା ଅଧୀନରେ ମହିଳାଙ୍କ ନାମରେ ୨ ଲକ୍ଷ ଟଙ୍କା ଜମା କରାଯାଇପାରିବ । ଏଥିରେ ସାରା ଦେଶରେ ମହିଳାମାନେ ୭.୫ ପ୍ରତିଶତ ସୁଧ ପାଇବେ ।

Get real time updates directly on you device, subscribe now.