fbpx

ATM ମେଶିନରେ Card ପୂରାଇବା ସମୟରେ ଜଳିବ Green ଓ Red ଲାଇଟ୍: କେମିତି ଜାଣିବେ ଆପଣଙ୍କ କାର୍ଡ ସୁରକ୍ଷିତ ଅଛି ନା ନାହିଁ

ନୂଆଦିଲ୍ଲୀ: ଆଜିକାଲି ଏଟିଏମ ଟଙ୍କା ଉଠାଣକୁ ନେଇ ଅନେକ ଠକାମି ହେଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ ଗ୍ରାହକଙ୍କ ଅଜ୍ଞତା କାରଣରୁ ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରୁ କଟିଯାଇଥାଏ । ତେଣୁ ବ୍ୟାଙ୍କିଂ ଟ୍ରାଞ୍ଜାକସନ ନିୟମ ବିଷୟରେ ଆପଣମାନେ ସଚେତନ ରହିବା ନିହାତି ଜରୁରୀ । ଆପଣଙ୍କ ଏକ ଛୋଟ ଭୁଲ ଏକ ମୋଟା ଅଙ୍କକୁ ଗାଏବ୍ କରି ଦେଇପାରେ ।

ଦିନକୁ ଦିନ ନୂଆ ନୂଆ ଶୈଳୀରେ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଆପଣମାନେ ଅନଲାଇନ ଟ୍ରାଞ୍ଜାକସନ ଓ ଏଟିଏମରୁ ଟଙ୍କା ଉଠାଣ ସମୟରେ ସଚେତନତା ଅବଲମ୍ବନ କରିବା ଜରୁରୀ । ଆଜିକାଲି ଏଟିଏମ କାର୍ଡ କ୍ଲୋନିଂ ମାଧ୍ୟମରେ ବହୁତ ଠକେଇ ହେଉଛି । କ୍ଲୋନିଂ ମାଧ୍ୟମରେ ଆପଣଙ୍କର ଆକାଉଣ୍ଟରେ ଡିଟେଲ୍ସ ଠକ ପାଖରେ ପହଞ୍ଚି ଯାଇଥାଏ । ଠକମାନେ ଏଟିଏମ ମେଶିନର କାର୍ଡ ସ୍ଲଟରେ ଏକ ଡିଭାଇସ ଲଗାଇ ଦେଇଥାନ୍ତି । ତାହା ଆପଣଙ୍କ କାର୍ଡକୁ ସ୍କାନ କରି କରିଦେଇଥାଏ ଓ ପରେ ବ୍ଲୁଟୁଥ ବା ଅନ୍ୟ କୌଣସି ୱେୟାରଲେସ୍ ଡିଭାଇସ ସହାୟତାରେ ହ୍ୟାକର୍ସ ଡାଟା ଚୋରି କରିନେଇଥାନ୍ତି ।

ଆପଣ ଏଟିଏମରୁ କ୍ୟାଶ ଉଠାଇବା ପୂର୍ବରୁ ଏଟିଏମ୍ ମେଶିନର କାର୍ଡ ସ୍ଲଟ ଯାଞ୍ଚ କରନ୍ତୁ । ଯଦି ଏଟିଏମ କାର୍ଡ ସ୍ଲଟରେ କିଛି ଛେଡ଼ଖାନୀ ବା ଢିଲା ହୋଇଥାଏ ତେବେ ତାହା ବ୍ୟବହାର କରନ୍ତୁ ନାହିଁ । କାର୍ଡ ସ୍ଲଟରେ ଲଗାଇବା ସମୟରେ ସେଠାରେ ଲାଗିଥିବା ‘ଗ୍ରୀନ୍ ଲାଇଟ୍’ ଉପରେ ନଜର ରଖିବାକୁ ଭୁଲନ୍ତୁ ନାହିଁ । ଯଦି ଗ୍ରୀନ ଲାଟଇ ଜଳୁଛି ତେବେ ଆପଣଙ୍କ ଏଟିଏମ୍ ସୁରକ୍ଷିତ ଅଛି । ଯଦି ଲାଲ ବା ଅନ୍ୟ କୌଣସି ରଙ୍ଗର ଲାଇଟ୍ ଜଳୁଛି, ତେବେ ଜାଣିବେ କିଛି ଗଡ଼ଗଡ଼ ଅଛି । ଏପରି ସ୍ଥଳେ ଆପଣ ଉକ୍ତ ଏଟିଏମ୍ ବ୍ୟବହାର କରନ୍ତୁ ନାହିଁ ।

Get real time updates directly on you device, subscribe now.