CHARIDHAM

Breaking: ବଢ଼ିବ ଦୁର୍ଘଟଣା, ଚାଲିଯିବ ଜୀବନ: ୫ ଜିଲ୍ଲାକୁ ୩ ଦିନିଆ କୁହୁଡ଼ି ଆଲର୍ଟ

ଜଡ଼ରେ ଥରିବ ରାଜ୍ୟ । ସକଳବେଳ। ଯାତାୟାତ ପ୍ରଭାବିତ ।

ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୫ ଜିଲ୍ଲାରେ କୁହୁଡ଼ି ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଜଗତସିଂହପୁର ଏବଂ କେନ୍ଦ୍ରପଡ଼ା ପାଇଁ କୁହୁଡ଼ି ଆଲର୍ଟ କରାଯାଇଛି ।

ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ କମ୍ ରହିବ। ତେବେ, ସପ୍ତାହ ପରେ ଶୀତ ପୂରା କମିଯିବ ବୋଲି ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ। ପାଣିପାଗ ବିଭାଗ ପୁଣି ଆକଳନ କରିଛି ଯେ, ସୋମବାର ଠାରୁ ରାତି ତାପମାତ୍ରା ବଢିବ।

କିଛି ସ୍ଥାନରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ। ଶୀତ ସାଙ୍ଗକୁ କାଲୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।