fbpx

ବିଶେଷଜ୍ଞଙ୍କ ପରାମର୍ଶ ମାନନ୍ତୁ: ୧୦ଟି କୁଅଭ୍ୟାସ ସାଜିଥାଏ ମଣିଷର ମୃତ୍ୟୁର କାରଣ, ନୂଆବର୍ଷ ପୂର୍ବରୁ ଏହିସବୁ ଖରାପ ଅଭ୍ୟାସ ପରିତ୍ୟାଗ କରନ୍ତୁ

Advertisement

ପ୍ରତ୍ୟେକ କାର୍ଯ୍ୟର ଭଲ ଆଉ ଖରାପ ଦୁଇଟି ଦିଗ ରହିଯାଏ । ଯିଏ ଭଲକୁ ଆପଣାଇଲା ସେ ସେହି ରାସ୍ତାରେ ଆଗକୁ ବଢ଼ିଥାଏ, ଆଉ ଯିଏ ଖରାପକୁ ଆପଣାଇଲା ସେ ସେହି ରାସ୍ତାରେ ଆଗକୁ ବଢ଼ିଥାଏ । ତେବେ ଏପରି କିଛି ଖରାପ ଅଭ୍ୟାସ ଥାଏ ଯାହାକି ମଣିଷର ମୃତ୍ୟୁର କାରଣ ସାଜିଥାଏ । ଆପଣମାନେ ଏପରି ଅଭ୍ୟାସକୁ ଆଦୌ ଅଣଦେଖା କରିବା ଅନୁଚିତ । ଆସନ୍ତା ୨୦୨୪ ନୂଆବର୍ଷ ପୂର୍ବରୁ ଏହିସବୁ କୁଅଭ୍ୟାସକୁ ପରିତ୍ୟାଗ କରିବାକୁ ଶପଥ ନିଅନ୍ତୁ ।

ସାଧାରଣ ଭାବେ ଖରାପ ଅଭ୍ୟାସ ପାଇଁ ସମସ୍ତଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ, ଏକଥା ପ୍ରାୟତଃ ସମସ୍ତେ ଜାଣନ୍ତି । ମାତ୍ର କିଛି ଏପରି ଅଭ୍ୟାସ ରହିଛି, ଯାହା କି ବହୁତ ଘାତକ ହେବା ସହ ଧୀରେଧୀରେ ଆପଣଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଥାଏ । ଯଦି ଆପଣମାନେ ଏହି ଅଭ୍ୟାସଗୁଡ଼ିକୁ ଅଣଦେଖା କରିବେ, ତେବେ ମୃତ୍ୟୁ ଆପଣଙ୍କୁ ମାଡ଼ି ବସିବା ସୁନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଜିର ଗୋଟିଏ ଛୋଟ ଭଲ / ଖରାପ ଅଭ୍ୟାସ ଭବିଷ୍ୟତରେ ଆମ ଜୀବନ ପାଇଁ ଏକ ବିଶାଳକାୟ ଅମୃତ / ବିଷ ବୃକ୍ଷ ସାଜିଥାଏ ।

୧- ଯଦି ଆପଣମାନେ ଦୀର୍ଘଦିନ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିନାହାନ୍ତି, ତେବେ ଜାଣିରଖନ୍ତୁ ଏହାର କୁପ୍ରଭାବରେ ଆପଣ ସ୍କ୍ରିନ କ୍ୟାନସରର ଶିକାର ହେବା ଥୟ । ବିଶେଷ କରି ଗୋରା ଚର୍ମଧାରୀ ଓ ଯେଉଁ ପରିବାରର ପୂର୍ବରୁ କେହି ସ୍କ୍ରିନ କ୍ୟାନସରରେ ଆକ୍ରାନ୍ତ ଥିବେ, ସେମାନେ ଏ କ୍ଷେତ୍ରରେ ସାବଧାନ ରହିବା ଉଚିତ ।

୨- ଅଧିକ ତାପମାତ୍ରା ପରିବେଶରେ ଏକ୍ସରସାଇଜ୍ କରିବା ଦ୍ୱାରା ହାଟଷ୍ଟ୍ରୋକର ଆଶଙ୍କା ବଢ଼ିଥାଏ । ବିଶେଷଜ୍ଞଙ୍କ ମତରେ, ଆମ ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସମୟରେ ସ୍କ୍ରିନରେ ଅଧିକ ରକ୍ତ ପ୍ରବାହ ହୋଇଥାଏ । ଫଳରେ ମାଂସପେଶୀକୁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ମିଳି ପାରିନଥାଏ । ଏହି କାରଣରୁ ମଣିଷର ସ୍ପନ୍ଦନ ତୀବ୍ର ହେବା ସହ ହାର୍ଟଷ୍ଟ୍ରୋକର ସମସ୍ୟା ସୃଷ୍ଟି ହୋଇଥାଏ ।

୩- କିଛି ଲୋକ ସକାଳେ ଜଳଖିଆ କରିବାକୁ ଭୁଲି ଯାଇଥାନ୍ତି । ବୋଧହୁଏ ଆପଣମାନେ ଜାଣି ନାହାନ୍ତି, ବ୍ରେକଫାଷ୍ଟ ନ ଖାଇବା ଦ୍ୱାରା ଶରୀର କେତେମାତ୍ରାରେ ପ୍ରଭାବିତ ହୁଏ । ଏହା ଆପଣଙ୍କର ଓଜନ, ହରମୋନ, ସ୍ମରଣଶକ୍ତି ଓ ମୁଡ ଉପରେ କୁପ୍ରଭାବ ପକାଇଥାଏ ।

୪- ସର୍ବଦା ଡିନରରେ କମ୍ ଖାଦ୍ୟ ଗ୍ରହଣ କରିବା ଦରକାର । ଅପରପକ୍ଷେ ବ୍ରେକଫାଷ୍ଟ ଓ ଲଞ୍ଚରେ ସର୍ବଦା ଅଧିକ ମାତ୍ରାରେ ଖାଇବା ଦରକାର । ରାତିରେ ଅଧିକ ଖାଇଲେ ଶରୀରକୁ ଅଧିକ କ୍ୟାଲୋରୀ ମିଳିଥାଏ, ଫଳରେ ତାହା ସହଜରେ ହଜମ ହୋଇନଥାଏ ବୋଲି କହିଛନ୍ତି ୟେଲେ ସ୍କୁଲ ଅଫ୍ ମେଡିସିନର ଜଣେ ପ୍ରଫେସର ।

୫- ଯଦି ଡାକ୍ତର ଆପଣଙ୍କୁ କିଛି ବିଶେଷ ଡାଇଟ୍ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥାନ୍ତି, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ହୃଦରୋଗୀଙ୍କ କ୍ଷେତ୍ରରେ ଡାକ୍ତର କମ୍ ଲୁଣ ବ୍ୟବହାର ପାଇଁ କହିଥାନ୍ତି । ଯଦି ଆପଣ ଏହା ନ ମାନି ଅଧିକ ଲୁଣ ବ୍ୟବହାର କରନ୍ତି, ତେବେ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଇଥାଏ ।

୬- ସାଧାରଣତଃ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ କିଛି ଲୋକ ପେନ କିଲର୍ସର ବହୁତ ସେବନ କରିଥାନ୍ତି । ଦୀର୍ଘ ସମୟ ଧରି ଏହାକୁ ସେବନ କରିବାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ । ଏହାଦ୍ୱାରା ଅଲସର, ଉକ୍ତ ରକ୍ତଚାପ, ହାର୍ଟ ଆଟାକ୍ ପରି ସମସ୍ୟା ଦେଖାଦେଇଥାଏ ।

୭- କିଛି ଲୋକ ଆବଶ୍ୟକତା ନଥାଇ ବା ସାମାନ୍ୟ ଥଣ୍ଡା କାଶ ହେଲେ ଅଧିକ ମେଡିସିନ ସେବନ କରିଥାନ୍ତି । ଭଲ ନିଦ ହେବା ପାଇଁ ଅନେକ ଲୋକ ପେନ କିଲର ଖାଇଥାନ୍ତି । ଏହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ ।

୮- ପ୍ରତ୍ୟେକ ମଣିଷଙ୍କୁ ନିଜ ନିଜର ଦାନ୍ତର ଯତ୍ନ ନେବା ଦରକାର । ଏହାର ଫଳସ୍ୱରୂପ ଆପଣଙ୍କର ସୁନ୍ଦରତା ବୃଦ୍ଧି ହବା ସହିତ ମୁଖ ଦୁର୍ଗନ୍ଧ ଓ ମୁଖ ଗହ୍ୱର ଯନ୍ତ୍ରଣାରୁ ରକ୍ଷା ଉପଶମ ମିଳିଥାଏ । ଏହାସହ ଠିକ୍ ସମୟରେ ଯତ୍ନ ନେବା ଦ୍ୱାରା ଗଳା ଓ ସିର ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

୯- ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଦୁର୍ବଳ ହୋଇଯାଇଥାଏ । ଫଳରେ ଚିଡ଼ଚିଡ଼ା ସ୍ୱଭାବ, ଡିପ୍ରେସନ୍, ଓଜନ ବୃଦ୍ଧି ଆଦି ପରିଲକ୍ଷିତ ହୋଇଥାଏ । ଏହା ସହ ଆପଣଙ୍କ ସ୍କ୍ରିନ୍ ଓ ଇମ୍ୟୁନ୍ ଉପରେ ଏହା ପ୍ରଭାବ ପକାଇବା ସହ ହାଇ ବ୍ଲଡପ୍ରେସର ସମସ୍ୟା ସୃଷ୍ଟି ହୋଇଥାଏ । ଏକ୍ସପର୍ଟଙ୍କ ମତରେ ଦୈନିକ ୮ ଘଣ୍ଟା ନିଦ୍ରା ଯିବା ନିହାତି ଆବଶ୍ୟକ ।

୧୦- ଆଜିକାଲି ଧୂମ୍ରପାନ କାରଣରୁ ଅନେକ ଲୋକ ହାର୍ଟ ରୋଗ ସହିତ କ୍ୟାନସରର ଶିକାର ହେଉଛନ୍ତି । ସିଗାରେଟ୍, ବିଡ଼ି ସେବନ ଫଳରେ ମୁହଁ, ଗଳା, ବ୍ଲାଡର କ୍ୟାନସର ହୋଇଥାଏ । ତେଣୁ ଏହି ସମସ୍ତ ଦିଗ ପ୍ରତି ଆଜିଠାରୁ ସାବଧାନ ରହି ନିଜର ମୂଲ୍ୟବାନ ଜୀବନକୁ ବଞ୍ଚାଇବା ଦରକାର । ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ଜୀବ । ତେଣୁ ଏହାକୁ ଆପଣମାନେ ଏମିତି ନଷ୍ଟ କରିଦିଅନ୍ତୁ ନାହିଁ । ଜୀବନରେ ସମସ୍ତେ ଟଙ୍କା ରୋଜଗାର କରିପାରିବେ, ମାତ୍ର ଆମର ଶରୀରର କିଛି ମୂଲ୍ୟବାନ ଅଙ୍ଗ ଥରେ ନଷ୍ଟ ହେଲେ ତାହାକୁ କେହି ଭରଣା କରିପାରିବେ ନାହିଁ । ତେଣୁ ସମସ୍ତ ଖରାପ ଅଭ୍ୟାସକୁ ପରିତ୍ୟାଗ କରିବାକୁ ୨୦୨୪ ନୂଆବର୍ଷ ପୂର୍ବରୁ ଆପଣମାନେ ଆଜି ହିଁ ବଜ୍ର ଶପଥ ନିଅନ୍ତୁ ।

Get real time updates directly on you device, subscribe now.