କେଶ ଝଡିବା ଆଉ ଚନ୍ଦାପଣକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ପାୱାରଫୁଲ ଟିପ୍ସ…

କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍‌ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏବଂ ଚନ୍ଦାପଣ ଏକ ପ୍ରମୁଖ ସମସ୍ୟା ହୋଇଛି । ଚାଲନ୍ତୁ ଜାଣିବା ଏହାର ଘରୋଇ ଉପଚାର...

ଓଡ଼ିଶା ଭାସ୍କର: କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍‌ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏବଂ ଚନ୍ଦାପଣ ଏକ ପ୍ରମୁଖ ସମସ୍ୟା ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି। ଏହି ସମୟରେ କିପରି କେଶର ଦେଖାରଖା କରିବେ, କିପରି ଯତ୍ନ ନେବେ ? ଚାଲନ୍ତୁ ଜାଣିବା ଏହାର ଘରୋଇ ଉପଚାର…

1-କେଶରେ ଆମେ ସାଧାଣରତଃ ବିଭିନ୍ନ ପ୍ରକାରର ତେଲ ଲଗାଇଥାନ୍ତି। ହେଲେ ନଡ଼ିଆ ତେଲକୁ ଉଷୁମ କରି ସେଥିରେ ଲେମ୍ବୁ ମିଶାଇ ଚୁଟିରେ ଲଗାନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍‌ ହୋଇଯିବ। ଏହାସହ ମେଥି ଦାନାକୁ ନଡ଼ିଆ ତେଲ ସହ ମିଶାଇ ଚୁଟିରେ ମାଲିସ କରନ୍ତୁ। ଫରକ ଆପଣ ନିଜେ ଜାଣିପାରିବେ ।

2-ମନ୍ଦାର ଫୁଲ କିମ୍ବା ପତ୍ରକୁ ନଡ଼ିଆ କିମ୍ବା ସୋରିଷ ତେଲ ସହ ଫୁଟାଇ ଦିଅନ୍ତୁ। ଏହା ପରେ ଏହି ତେଲକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ଚୁଟିର ମୂଳରେ ମାଲିସ କରନ୍ତୁ। ଦେଖିବେ କେତେ ମାତ୍ରାରେ କେଶ ଝଡ଼ିବା ବନ୍ଦ ହୋଇଯିବ। ଏହାସହ କେଶ ଲମ୍ବା ଓ ଘନ ହେବ।

3-କେଶ ଝଡ଼ିବା ବନ୍ଦ କରିବା ପାଇଁ, ଖାଦ୍ୟରେ ମଧ୍ୟ କିଛି ପରିବର୍ତ୍ତନ ଆଣିବା ଆବଶ୍ୟକ। ଖାଦ୍ୟରେ ପ୍ରୋଟିନ୍ ଯୁକ୍ତ ଜିନିଷ ସାମିଲ କରନ୍ତୁ। ଖାଦ୍ୟରେ ବିହନ ଏବଂ ଡ୍ରାଏ ଫ୍ରୁଟ୍ସର ପରିମାଣ ବୃଦ୍ଧି କରନ୍ତୁ। ଜିଙ୍କ୍ ଅଭାବ ମଧ୍ୟ କେଶ ଝଡ଼ିବାର କାରଣ ବନିଥାଏ।

4-କେଶ ଝଡ଼ିବା ରୋକିବା ପାଇଁ ନିଦ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ 8 ଘଣ୍ଟା ଶୋଇବା ଦ୍ୱାରା ହରମୋନ୍ ସନ୍ତୁଳିତ ରହେ। ଏହା କେଶ ଝଡ଼ିବା ସମସ୍ୟାକୁ ମଧ୍ୟ ହ୍ରାସ କରେ। ତେଣୁ, ପ୍ରତିଦିନ ଅତିକମରେ 8 ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।

5-ଅଧିକ ଓଜନ ହେବା ମଧ୍ୟ କେଶ ଝଡ଼ିବାର କାରଣ ହୋଇପାରେ। ତେଣୁ, ମେଦବହୁଳତାକୁ ନିୟନ୍ତ୍ରଣରେ ରଖନ୍ତୁ। ଓଜନ ବୃଦ୍ଧି ହରମୋନ୍ ପରିବର୍ତ୍ତନର କାରଣ ହୋଇପାରେ, ଯାହା କେଶ ଝଡ଼ିବାର କାରଣ ହୋଇଥାଏ। ତେଣୁ, ଓଜନ କମ କରନ୍ତୁ।

6-ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରି ଚାପ ହ୍ରାସ କରାଯାଇପାରିବ। ଏହା କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅଧିକ ଚାପରେ ରହିଲେ ମଧ୍ୟ କେଶ ଝଡ଼ିବାକୁ ବଢ଼ାଇଥାଏ। ଏହା ଅନେକ ଗବେଷଣାରେ ପ୍ରକାଶ ପାଇଛି। ତେଣୁ ପ୍ରତିଦିନ ଯୋଗ ଏବଂ ଧ୍ୟାନ କରି ଚାପ ମୁକ୍ତ ରୁହନ୍ତୁ ଏବଂ ନିଜ କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତୁ ।

ଚନ୍ଦା ମୁଣ୍ଡରେ କେଶ ଉଠିବ କିପରି ?

ଆପଣଙ୍କୁ ପ୍ରଥମେ କିଛି ଡାଳିମ୍ବ ଗଛର ପତ୍ର ଦରକାର । ଏହା ଆପଣଙ୍କ ବହୁତ ସହଜରେ ମିଳିଯାଇପାରେ । ଆପଣ ୧୦୦ ଗ୍ରାମ ପାଖାପାଖି ଡାଳିମ୍ବ ପତ୍ର ନିଅନ୍ତୁ । ତାପରେ ଏହାକୁ ଭଲ ଭାବରେ ବାଟି ତାହାର ଏକ ପେଷ୍ଟ ବନାନ୍ତୁ । ଆପଣ ଗ୍ରାଇଣ୍ଡରେ ମଧ୍ୟ ଅଳ୍ପ ପାଣି ଦେଇ ଏହାକୁ ଗ୍ରାଇଣ୍ଡିଙ୍ଗ କରି ପାରିବେ ।

ଏହା ପରେ ଏହି ପତ୍ରର ରସକୁ ଆପଣ ଏକ ପାତ୍ର ମଧ୍ୟକୁ ଛାଣି ବାହାର କରି ଦିଅନ୍ତୁ । ଏହାପରେ ଆପଣ ଏକ ପାତ୍ରରେ ଛଣିଥିବା ଡାଳିମ୍ବ ପତ୍ରର ଖଦଡା ଅଂଶକୁ ପକାନ୍ତୁ । ଏଥିରେ ଆପଣ 250 ରୁ 500 ml ସୋରିଷ ତେଲକୁ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଆପଣ ଏହି 2 ଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ଭଲ ଭାବରେ ମିଶିଲା ପରେ ସେଥିରେ ଡାଳିମ୍ବ ପତ୍ରର ରସକୁ ଭଲ ଭାବରେ ମିଶାନ୍ତୁ ।

ଏହି ୩ ଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଗ୍ୟାସରେ ଏକ ପାତ୍ର ବସାଇ ଏହି ମିଶ୍ରଣକୁ ଧିମା ଆଞ୍ଚରେ ଭଲ ଭବରେ ଫୁଟାନ୍ତୁ । ଆପଣ ଏହାକୁ 5 ରୁ 7 ମିନିଟ ଫୁଟାଇ ସାରିବା ପରେ ଗ୍ୟାସକୁ ବନ୍ଦ କରି ନିଅନ୍ତୁ । ଏହାପରେ ଏହି ତେଲକୁ ଥଣ୍ଡା କରି ଗୋଟିଏ ପାତ୍ରକୁ ଛାଣି ବାହାର କରି ଦିଅନ୍ତୁ । ଆପଣ ଏହାକୁ ସପ୍ତାହରେ 3 ଦିନ ରାତିରେ ନିଜ କେଶରେ ମାଲିସ କରି ଶୁଅନ୍ତୁ ଏବଂ ସକାଳେ କୌଣସି ଆୟୁର୍ବେଦିକ ସାମ୍ପୋ ସାହାର୍ଯ୍ୟରେ ନିଜ ମୁଣ୍ଡକୁ ଧୋଇ ନିଅନ୍ତୁ । ଆପଣଙ୍କୁ ଖୁବ କମ ଦିନ ମଧ୍ୟରେ ଏହାର ଲାଭ ନଜର ଆସିବ ।