fbpx

ମନ ପସନ୍ଦର ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି କି, ତେବେ ମାନିବାକୁ ପଡ଼ିବ ଏହି ନିୟମ

ବିବାହକୁ ନେଇ ଅନେକ ସମୟରେ ପୁଅ ଓ ଝିଅଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଇଥାଏ । ଲଭ ମ୍ୟାରେଜ ବା ଆରେଞ୍ଜ ମ୍ୟାରେଜ ହେଉ, ସମସ୍ତଙ୍କୁ ନିଜ ମନ ପସନ୍ଦର ସାଥୀଟିଏ ମିଳିପାରି ନଥାଏ । ଆପଣ ବି ପାଇପାରିବେ ନିଜ ପସନ୍ଦର ପାର୍ଟନର । ସେଥିପାଇଁ ଆପଣଙ୍କୁ କିଛି ନିୟମ ମାନି ଚଳିବାକୁ ଚଳିବ । ଆସନ୍ତୁ ଜାଣିବା ସେ ବିଷୟରେ:-

– ଯଦି ଆପଣ ନିଜର ପସନ୍ଦର ଝିଅକୁ ବିବାହ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କୁ ପୂର୍ଣ୍ଣମୀ ତିଥିରେ ସକାଳୁ ଉଠି ପିପଲ ବୃକ୍ଷ ମୂଳରେ କିଛି ମିଷ୍ଟାନ୍ନ ରଖି ଜଳ ଅର୍ପଣ କରନ୍ତୁ । ଶାସ୍ତ୍ର ଅନୁସାରେ ଏହି ଦିବସଟି ମହାଲକ୍ଷ୍ମୀଙ୍କର ପ୍ରିୟ ଦିନ ହୋଇଥିବାରୁ ସେ ପ୍ରସନ୍ନ ହୋଇଥାନ୍ତି ।

– ପୂର୍ଣ୍ଣମୀରେ ଆପଣ ବୃହସ୍ପତିଙ୍କ ମନ୍ଦିରକୁ ଯାଆନ୍ତୁ । ଭଗବାନ ବୃହସ୍ପତିଙ୍କ ପ୍ରିୟ ରଙ୍ଗ ହଳଦିଆ ହୋଇଥିବାରୁ ଆପଣ ହଳଦିଆ ରଙ୍ଗର ମିଠାଇ ସହ ଫୁଲ, ଫଳ ଅର୍ପଣ କରନ୍ତୁ । ଏହି ଦିବସରେ ଗରିବ ଲୋକଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରିବା ଦ୍ୱାରା ବିବାହରେ ସୃଷ୍ଟି ହେଉଥିବା ବାଧାବିଘ୍ନ ଦୂର ହୋଇଥାଏ ।

– ଆପଣ ଭଗବାନ ବିଷ୍ଣୁଙ୍କ ମନ୍ଦିର ଯାଇ ଲଡ଼ୁ ଭୋଗ ଲଗାଇ ପାରିବେ । ପୂର୍ଣ୍ଣମୀ ଦିନ କଦଳୀ ଗଛକୁ ପୂଜା କରିବା ସହ ଦିନସାରା ହଳଦିଆ ରଙ୍ଗର ରୁମାଲ ବ୍ୟବହାର କରିବା ଶୁଭ ହୋଇଥାଏ ।

Get real time updates directly on you device, subscribe now.