fbpx

ମଦ ନିଶାରେ ଡ୍ରାଇଭ କରୁଥିଲେ ମହିଳା, GPS ଫଲୋ କରି କରି ସମୁଦ୍ରରେ ପୂରାଇ ଦେଲେ କାର୍: ଦେଖନ୍ତୁ Video

ଟେକ୍ନୋଲୋଜି ଆମ ଜୀବନକୁ ଅତି ସହଜ କରିଛି । କିନ୍ତୁ ବେଳେ ବେଳେ ଟିକିଏ ଅବହେଳା ଆମ ପାଇଁ ବିପଜ୍ଜନକ ହୋଇପାରେ । ଏହି କଥାକୁ ପ୍ରମାଣିତ କରିଛି ଏକ ଭିଡିଓ, ଯେଉଁଥିରେ ୨ ଜଣ ମହିଳା କାରରେ ଯାଉଥିବା ବେଳେ ଗାଡ଼ିକୁ ସମୁଦ୍ରରେ ପୂରାଇ ଦେଇଥିବା ଦେଖିବାକୁ ମିଳିଛି । ତେବେ ମହିଳା ଜଣକ ମଦ ନିଶାରେ ଡ୍ରାଇଭ୍ କରୁଥିଲେ ଓ ଜିପିଏସକୁ ଫଲୋ କରୁଥିଲେ । ସେତିକିବେଳେ ବିନା କିଛି ବୁଝିବିଚାରି କାରକୁ ସମୁଦ୍ର ଭିତରେ ପୂରାଇଦେଇଥିଲେ । ଏହା ପରେ ଯାହା ଘଟିଲା, ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାର ଭିଡିଓ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ରେକର୍ଡ କରିଥିଲେ । ଏହି ଭାଇରାଲ ଭିଡିଓରେ କିଛି ଲୋକ ସମୁଦ୍ରରେ ଡେଇପଡ଼ି ୨ ମହିଳାଙ୍କୁ ବଞ୍ଚାଇଥିବା ନଜର ଆସିଛନ୍ତି । କାରଟି ସମୁଦ୍ରରେ ବୁଡି ଯାଉଥିବା ବେଳେ ଲୋକମାନେ ପହଁରି ପହଁରି ମହିଳାମାନଙ୍କୁ ଉଦ୍ଧାର କରିଥିଲେ । କାରଟି ସମୁଦ୍ରରେ ବୁଡିବାକୁ ଲାଗିବାରୁ ମହିଳାମାନେ ସାହାଯ୍ୟ ଆଶାରେ ଅନାଇ ରହିଥିଲେ ।

ରିପୋର୍ଟ ଅନୁସାରେ, ୨ ମହିଳା ପର୍ଯ୍ୟଟକ ଜିପିଏସ ଦିଶାକୁ ଆଖିବୁଜି ଫଲୋ କରୁଥିଲେ ଓ ଗାଡ଼ିକୁ ସିଧା ସମୁଦ୍ରରେ ପୂରାଇ ଦେଇଥିଲେ । ସ୍ଥାନୀୟ ଲୋକ ଏହି ୨ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ୨ ମହିଳା ପର୍ଯ୍ୟଟକ ଟୂର କମ୍ପାନୀ ଖୋଜିବା ପାଇଁ ପ୍ରୟାସେ କରୁଥିଲେ ଓ ସେଂହି ସମୟରେ ଦୁହେଁ ଜିପିଏସର ଦିଗ ଫଲୋ କରୁଥିଲେ । ସେହି ସମୟରେ ଭୁଲ ମୋଡ ନେବା ଫଳରେ ଦୁହେଁ କାର ସହ ସମୁଦ୍ରରେ ପଶିଯାଇଥିଲେ ।

 

View this post on Instagram

 

A post shared by Christie H (@thehutchess)

Get real time updates directly on you device, subscribe now.