fbpx

ଲକ୍‌ଡାଉନରେ ଅସହାୟ ଓ ଗରିବଲୋକଙ୍କୁ ମିଳିଲା ଆହର, ଡାଲମିଆ ସିମେଣ୍ଟ ତରଫରୁ ବଣ୍ଟା ହେଲା ଭାତ-ଡାଲମା

ରାଜଗାଙ୍ଗପୁର(ଓଡ଼ିଶା ଭାସ୍କର): ଲକ୍‌ଡାଉନ ଆରମ୍ଭରୁ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ପରିବହନ ବିଭାଗ ତରଫରୁ ଦୂର ଅଞ୍ଚଳରୁ ଆସୁଥିବା ଟ୍ରକ ଚାଳକ, ସହାୟକ, ଅସହାୟ ଓ ଭୋକିଲା ଗରିବଲୋକମାନଙ୍କ ଦୈନିକ ୫୦୦ ରୁ ଅଧିକ ମଧ୍ୟ୍ୟହ୍ନ ଭୋଜନ ଏବଂ ଅପରାହ୍ନ ଭୋଜନ ଟ୍ରକ ଅନର ଆସୋସିଏସନ୍‌ ସହାୟତାରେ କମ୍ପାନୀର ପାର୍କିଙ୍ଗ ୟାର୍ଡ଼ରେ ଦିଆଯାଉଛି ।

ଦୈନିକ ଭାତ, ଡାଲମା ସହିତ ସେମାନଙ୍କୁ ମାସ୍କ ମଧ୍ୟ ପ୍ରଦାନ କରାଯାଉଅଛି । ଲକ୍‌ଡାଉନରେ ଯେତେବେଳେ ସବୁ ହୋଟେଲ-ଢ଼ାବା ବନ୍ଦ ଅଛି ତେବେ ଚାଳକଙ୍କୁ କୌଣସି ଅସୁବିଧା ନ ହେଉ ସେଥିପାଇଁ କମ୍ପାନୀ ଦ୍ୱାରା ଏହା ଏକ ଛୋଟ ପ୍ରୟାସ । ଭୋଜନ ବଣ୍ଟନ ସମୟରେ କୋଭିଡ କଟକଣା ଓ ଜ଼ିରୋ ସଂକ୍ରମଣର ବିଶେଷ ଧ୍ୟାନ ରଖାଯାଇଥିଲା । ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ପରିବହନ ବିଭାଗ ମୁଖ୍ୟ ଅଭିଷେକ ଚନ୍ଦ୍ରା ଏବଂ ସେଲ୍‌ସ ହେଡ୍‌ ସଞ୍ଜୟ ସିଂ ନିଜେ ଟ୍ରକ ପର୍କିଙ୍ଗ ୟାର୍ଡ଼ରେ ଉପସ୍ଥିତ ରହି ଭୋଜନ ବଣ୍ଟନ କରିଥିଲେ ।

Get real time updates directly on you device, subscribe now.