fbpx

ଅନଲାଇନରେ ମଗାଇଥିଲେ ଖାଦ୍ୟ, ବାଟରେ ଖାଇଦେଲା ଡିଲିଭରୀ ବଏ: ତା’ପରେ….

ଆଜିକାଲିକା ସମୟରେ ଅନଲାଇନରେ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥା । ଯେତେବେଳେକି କିଛି ଖାଇବାକୁ ଇଚ୍ଛା କରିଥାନ୍ତି ଏବଂ ଘରେ ତିଆରି କରିବାକୁ ଇଚ୍ଛା ନଥାଏ, ଆମେ ଅନଲାଇନ ଦ୍ୱାରା ଖାଦ୍ୟ ମଗାଇଥାଉ । ଆଉ କିଛି ସମୟ ମଧ୍ୟରେ ଘରେ ପହଞ୍ଚିଯାଏ ମନପସନ୍ଦର ଖାଇବା ।

କିନ୍ତୁ ଏଠାରେ ଏକ ଘଟଣା ପୂରା ଅଲଗା । ଜଣେ ବ୍ୟକ୍ତି ଅର୍ଡର ହୋଇଥିବା ଚିକେନ୍ ଏବଂ ଜୁସ୍ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ତାଙ୍କ ପାଖରେ ଖାଦ୍ୟ ପ୍ୟାକେଟ୍ ପହଞ୍ଚିଥିଲା । ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡିଲିଭରୀ ବଏ ରାସ୍ତାରେ ହିଁ ଚିକେନ୍ ୱିଙ୍ଗ୍୍ସକୁ ଖାଇଦେଇଥିଲେ । ଡିଲିଭରି ବଏ ଗ୍ରାହକଙ୍କୁ ଖାଦ୍ୟ ବଳକା ଅଂଶ ସହ ଏକ ନୋଟ୍ ମଧ୍ୟ ଛାଡ଼ିଥିଲେ । ବ୍ୟକ୍ତି ଟିକଟକ୍ ରେ ଏହାର ଏକ ଭିଡିଓ ସେୟାର କରିଥିଲେ, ଯାହା ଭାଇରାଲ ହେଉଛି ।

ନ୍ୟୁୟର୍କ ପୋଷ୍ଟ ଅନୂଯାୟୀ ଜଣେ ବ୍ୟକ୍ତି ଅନଲାଇନରୁ ଖାଦ୍ୟ ମଗାଇଥିଲେ କିନ୍ତୁ  ଯେତେବେଳେ ତାଙ୍କୁ ଖାଦ୍ୟ ମିଳିଥିଲା, ସେ ସେଥିରେ କେବଳ ଚିକେନର କିଛି ହାଡ଼ହିଁ ପାଇଥିଲେ । ଏହା ସହ ଏକ ନୋଟ୍ ମଧ୍ୟ ମିଳିଥିଲା । ସେଥିରେ ଡିଲିଭରୀ ବଏ ଲେଖାଥିଲା ଯେ ଭୋକ ଲାଗିବାରୁ ଚିକେନ୍ ଖାଇଦେଇଛି, କିନ୍ତୁ ଜୁସ୍ କୁ ହାତବି ଲଗାଇନାହିଁ । ତେବେ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.