fbpx

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ଆବେଦନ ବିରୋଧରେ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଭବ

କଟକ, ୧୫/୪ (ଓଡିଶା ଭାସ୍କର) : ଥମୁନି ବର୍ଷା-ଅନୁଭବଙ୍କ ପାରିବାରିକ କଳହ । ଆଜି ଏହି ମାମଲାରେ କଟକ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏସଡିିଜେଏମ୍ କୋର୍ଟରେ ପତ୍ନୀ ବର୍ଷା କରିଥିବା ଘରୋଇ ହିଂସା ଏବଂ ଭରଣପୋଷଣ ଅଭିଯୋଗ ବିରୋଧରେ ସ୍ୱାମୀ ଅନୁଭବ ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ପାରିବାରିକ କଳହରେ ପୁର୍ଣ୍ଣଛେଦ ଲାଗିପାରୁନଥିବା ବେଳେ ଏହି ମାମଲାର ସମାଧାନ ହୋଇପାରୁନି । ଏହାପୁର୍ବରୁ ଏପ୍ରିଲ୍ ୫ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ବର୍ଷା ଏବଂ ଅନୁଭବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ।

ସୁଚନାଯୋଗ୍ୟ, ସୁପିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକରେ ପରିବାର ଅଦାଲତରେ ଚାଲିବ । ଅନୁଭବ ପଟିଆଲା ହାଉସ୍ ରେ ପତ୍ନୀଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହେଲେ ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ଘରୋଇ ହିଂସା ଏବଂ ଛାଡପତ୍ର ନ ଦେବା ବିରୋଧରେ ୨ଟି ଆବେଦନ କରିଥିଲେ ।

Get real time updates directly on you device, subscribe now.