fbpx

‘ନାଗା ବାବାମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ’ କହିବାରୁ ଅଭିନେତାଙ୍କୁ ଜୀବନରୁ ମାରିଦେବା ପାଇଁ ମିଳିଲା ଧମକ୍ !

ମୁମ୍ବାଇ ୧୫ ।୪(ଓଡିଶା ଭାସ୍କର) : ଟିଭି କଳାକାର କରନ୍ ୱାହୀଙ୍କୁ ଜୀବନରୁ ମାରି ଦେବା ପାଇଁ ମିଳିଛି ଧମକ୍ । ଏନେଇ କରନ୍ ନିଜେ ସୂଚନା ଦେଇଛନ୍ତି । ଖବର ଅନୁସାରେ ହରିଦ୍ୱାରରେ ଚାଲିଥିବା ମହାକୁମ୍ଭ ମେଳାକୁ ନେଇ ସେ ଏକ ପୋଷ୍ଟ ସେୟାର କରିଥିଲେ । ମହାକୁମ୍ଭ ମେଳାର ଶାହୀ ସ୍ନାନ ପରେ ଅନେକ ସାଧୁ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଛନ୍ତି । ମେଳାରେ ଅନେକ ଧାର୍ମିକ ସଂଗଠନ କରୋନା ଯାଞ୍ଚ କରେଇବାକୁ ମନା କରି ଦେଇଥିଲେ । ନାଗା ବାବା ଏବଂ କୁମ୍ଭ ମେଳାକୁ ନେଇ କରନ୍ ଏକ ମନ୍ତବ୍ୟ ଦେଇଥିଲେ ଯାହା ସୋସିଆଲ ମିଡିଆରେ ଲୋକମାନଙ୍କୁ ପସନ୍ଦ ଆସି ନଥିଲା ।

କରନ୍ ୱାହୀ କରିଥିବା ପୋଷ୍ଟରେ ଲେଖା ଥିଲା କି ‘ନାଗା ବାବାମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ ସୁବିଧା ନାହିଁ କି? ଯେପରି ଗଙ୍ଗାରୁ ପାଣି ନେଇ ଘରେ ସ୍ନାନ କରିପାରିବେ ।’ ଏହି ପୋଷ୍ଟ ପରେ ଇନଷ୍ଟାଗ୍ରାମ ୟୁଜର୍ସ ହିନ୍ଦୁ ଭାବନାକୁ ଆଘାତ କରିଥିବା ତାଙ୍କ ଉପରେ ଅଭିଯୋଗ କରିଛନ୍ତି । କିଛି ଲୋକ ତାଙ୍କୁ ଅଭଦ୍ର ଭାଷା ବ୍ୟବହାର କରିବା ସହ ଜୀବନରୁ ମାରଦେବାକୁ ଧମକ୍ ଦେଇଛିନ୍ତି । ଟିଭି ଇଣ୍ଡଷ୍ଟ୍ରିରେ କରନ୍ ୱାହୀ ଜଣେ ଆଗଧାଡିର ଅଭିନେତା । ଅଭିନେତା ସହ ସେ ଜଣେ ଭଲ କ୍ରିକେଟର୍ ଏବଂ ବ୍ୟବସାୟୀ ମଧ୍ୟ ।

 

Get real time updates directly on you device, subscribe now.