ବିମାନରେ ଖୁବଶୀଘ୍ର WiFi ସେବା…. ସୁପରଫାଷ୍ଟ ଇଣ୍ଟରନେଟର ଲାଭ ଉଠାଇବେ ଯାତ୍ରୀ

ନୂଆଦିଲ୍ଲୀ: ଏଲନ ମସ୍କ ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ, ଷ୍ଟାରଲିଙ୍କ ଦ୍ୱାରା ବିମାନରେ ଯାତ୍ରୀମାନେ ଇଣ୍ଟନେଟ୍ ସୁବିଧା ଉଠେଇ ପାରିବେ । ମସ୍କ ଶେୟାର କରିଥିବା ଭିଡିଓରେ ଜଣେ ଯାତ୍ରୀ ପ୍ଲେନରେ ବସି ଭିଡିଓ ଗେମ୍ ଖେଳୁଥିବାର ଦେଖିବାକୁ ମିଳିଛି । କ୍ୟାପସନରେ ମସ୍କ ଲେଖିଛନ୍ତି ଏବେ ଆପଣ ଉଡନ୍ତା ଅବସ୍ଥାରେ ବି ଭିଡିଓ ଗେମ୍ ଖେଳିପାରିବେ । ମସ୍କଙ୍କ ଏହି ଭିଡିଓ ଘରୋଇ ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ୍କୁ ବଡ଼ ଝଟକା ଦେଇଛି । ଷ୍ଟାରଲିଙ୍କ ଭାରତରେ ପ୍ରବେଶ କରିବା ଦ୍ୱାରା ଜିଓ ଏବଂ ଏୟାରଟେଲ୍ ବେପାର ବୁଡ଼ିଯିବାର ବହୁ ଆଶଙ୍କା ରହିଛି । ଯେଉଁ କାରଣରୁ ମସ୍କଙ୍କ ଭିଡିଓ ଦେଖିବା ପରେ ଏମାନଙ୍କ ଚିନ୍ତା ବଢ଼ିଯାଇଛି ।

ମସ୍କଙ୍କ ଷ୍ଟାରଲିଙ୍କ ଏବେ ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି । ବିମାନଯାତ୍ରୀମାନେ ଇଣ୍ଟରନେଟ୍ର ଫାଇଦା ଉଠାଇ ପାରିବେ । ଷ୍ଟାର ଲିଙ୍କର ଇଣ୍ଟରନେଟ୍ ସ୍ପିଡ୍ ୨୫୦ରୁ ୩୦୦ ଏମବିପିଏସ୍ ରହିଛି, ଯାହା ଘରେ ବ୍ୟବହୃତ ଇଣ୍ଟରନେଟ୍ ସ୍ପିଡ୍ଠାରୁ ବହୁତ ଅଧିକ । ଖୁବ୍ ଶୀଘ୍ର ଷ୍ଟାରଲିଙ୍କ ଭାରତରେ ଇଣ୍ଟରନେଟ୍ ସେବା ଆରମ୍ଭ କରିପାରିବ । କିନ୍ତୁ ଏ ନେଇ ସରକାରଙ୍କ ତରଫରୁ ଅନୁମତି ମିଳିବା ଜରୁରୀ । ଫ୍ଲାଇଟରେ ଇଣ୍ଟରନେଟ ସେବା ଯୋଗାଇବା ପାଇଁ କିନ୍ତୁ ଜିଓ ଏବଂ ଏୟାରଟେଲକୁ ଅନୁମତି ମିଳିସାରିଛି । ଯାହାର କାମ ସେମାନେ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ।