fbpx

ଏହି ଗୋଟିଏ କାରଣରୁ ଶୀତ ଦିନରେ ୬ ଗୁଣ ବଢ଼ିଯାଏ ହାର୍ଟ ଆଟାକ୍ ଆଶଙ୍କା

Advertisement

ଶତ ଋତୁରେ ହୃଦରୋଗର ଆଶଙ୍କା ଖରା ଦିନ ତୁଳନାରେ ଦୁଇଗୁଣ ବଢ଼ିଯାଇଥାଏ । ରିସର୍ଚ୍ଚ ମୁତାବକ, ଫ୍ଲୁ ହେବାର ଏକ ସପ୍ତାହ ମଧ୍ୟରେ ହାର୍ଟ ଆଟାକ୍ ହେବାର ଆଶଙ୍କା ୬ ଗୁଣ ବଢ଼ିଯାଏ । ଏହି କାରଣରୁ ଶୀତ ଦିନରେ ହୃଦରୋଗୀଙ୍କର ବିଶେଷ ଧ୍ୟାନ ରଖାଯିବା ନିହାତି ଆବଶ୍ୟକ ।

ବିଶେଷଜ୍ଞଙ୍କ କହିବାନୁସାରେ, ଜୀବନଶୈଳୀ ସହ ଜଡ଼ିତ ଆପଣଙ୍କ ଖରାପ ଅଭ୍ୟାସ କାର୍ଡିଓଭାସ୍କୁଲର୍ ସିଷ୍ଟମ୍ ଉପରେ ଖରାପ ପ୍ରଭାବ ପକାଇଥାଏ । ଆଉ ଶୀତ ଦିନରେ ଏହାର ଆଶଙ୍କା ଅଧିକ ରହିଥାଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶୀତ ଦିନରେ ଫ୍ଲୁ ହେବା ଦ୍ୱାରା ହୃଦରୋଗର ଆଶଙ୍କା ବଢ଼ିଯାଏ । ତାହା ପୁଣି ଏକ ସପ୍ତାହ ମଧ୍ୟରେ ଅଧିକ । ଏହି ଦିନ ମାନଙ୍କରେ ବିଶେଷ କରି ଇନଫ୍ଲୁଏଞ୍ଜା, ଶ୍ୱସନ ସଂକ୍ରମଣ ହୋଇଥାଏ । ଏହି ଦୁଇ ସମସ୍ୟା ଭାସ୍କୁଲାଣ୍ ସିଷ୍ଟମ୍ ଉପରେ ବିଶେଷ ପ୍ରଭାବ ପକାଏ ।

ରିପୋର୍ଟ ମୁତାବକ, ହାର୍ଟ ଆଟାକ୍ ମାମଲା ଶୀତ ଦିନରେ ଅଧିକ ଦେଖାଯାଏ । ଯେଉଁ ମାନଙ୍କ ଧମନୀ ପୂର୍ବରୁ ହିଁ ସଙ୍କୁଚିତ ରହିଛି ସେମାନଙ୍କ କ୍ଷେତ୍ରରେ ହୃଦରୋଗର ସମ୍ଭାବନା ଅଧିକ ରୁହେ । ଏହା ବ୍ୟତୀତ ସକାଳ ସମୟରେ ତାପମାତ୍ରା କମ୍ ରହିଥାଏ ଯାହା ହୃଦରୋଗୀଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ । ବିଶେଷଜ୍ଞଙ୍କ କହିବା କଥା ଯେ, ଶରୀରରେ କୌଣସି ସଂକ୍ରାମକ ସ୍ଥିତିରେ ହାର୍ଟରେ ବ୍ଲଡ୍ ପମ୍ପ କରିବାର ଆବଶ୍ୟକତା ଅଧିକ ରହେ ତେଣୁ ହାର୍ଟ ଉପରେ ଅଧିକ ପ୍ରେସର୍ ପଡ଼ିଥାଏ । ତେଣୁ ଶାରୀରିକ ପରିଶ୍ରମ କମ କରିବା, ମାନସିକ ଚାପ, ଖାଇବା-ପିଇବାରେ ଅନିୟମିତତା ଓ ଶୀତ ଦିନରେ ହେଉଥିବା ଇନଫେକ୍ସନ କାରଣରୁ ହୃଦ ରୋଗର ଆଶଙ୍କା ବୃଦ୍ଧି ପାଏ ।

Get real time updates directly on you device, subscribe now.