fbpx

ବିଦେଶରେ ରହୁଥିବା ସମ୍ପର୍କୀୟ ଏଣିକି ବିନା ଅନୁମତିରେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କର କେହି ସମ୍ପର୍କୀୟ ବିଦେଶରେ ରହୁଛନ୍ତି, ତେବେ ଏକ ଖୁସି ଖବର । ଏଣିକି ବିଦେଶରେ ରହୁଥିବା ବ୍ୟକ୍ତିମାନେ ସେମାନଙ୍କର ସମ୍ପର୍କୀୟଙ୍କ ପାଖକୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମ ଜାରି କରାଯାଇଛି ।

କେନ୍ଦ୍ର ସରକାର ନିକଟରେ ଏଫସିଆରଏ ଅଧିନିୟମରେ କିଛି ସଂଶୋଧନ କରିଛନ୍ତି । ଏହାଫଳରେ ଜଣେ ସମ୍ପର୍କୀୟ ତାଙ୍କର ପରିବାରକୁ ଏକ ବର୍ଷରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପଠାଇବାର ଅନୁମତି ମିଳିଛି ।

ପୂର୍ବରୁ ଏହି ଅର୍ଥ ପଠାଇବାର ସୀମା ପାଞ୍ଚ ଲକ୍ଷରେ ସୀମିତ ରହିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ରାଶି ବଢ଼ାଇ ଦିଆଯାଇଛି । ଏନେଇ ଜଣେ ବ୍ୟକ୍ତିଙ୍କୁ ୩୦ ଦିନ ପୂର୍ବରୁ ସରକାରଙ୍କୁ ଜଣାଇବାର ନିୟମ ରହିଥିଲା । ମାତ୍ର ଏବେ ତାହା ୯୦ ଦିନକୁ ବଢ଼ାଇ ଦିଆଯାଇଛି ।

ଗତ ୧ ତାରିଖରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ ଅଧିସୂଚନା ଜାରି କରାଯାଇଥିଲା । ଅଧିନିୟମ ୬ ଅନୁଯାୟୀ ଜଣେ ବିଦେଶୀ ସମ୍ପର୍କୀୟଙ୍କ ଠାରୁ ଅର୍ଥ ଗ୍ରହଣ ନେଇ ସୂଚନା ଦିଆଯାଇଥିଲା । କେନ୍ଦ୍ର ସରକାର ଏବେ ନିୟମ ୧୩ରେ ରହିଥିବା ପ୍ରାବଧାନକୁ ହଟାଇ ଦେଇଛନ୍ତି ।

Get real time updates directly on you device, subscribe now.