fbpx

NMC ଦେଲା ଆଶ୍ୱସ୍ତି: ବିଦେଶରୁ MBBS କରିଥିବା ମେଡିକାଲ ଛାତ୍ରଛାତ୍ରୀ ଭାରତରେ ଇଣ୍ଟର୍ଣ୍ଣଶିପ୍ କରିପାରିବେ

Advertisement

ନୂଆଦିଲ୍ଲୀ: ବିଦେଶରୁ ଏମବିବିଏସ୍ ଡିଗ୍ରୀ ପାସ୍ କରି ଫେରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଏଣିକି ବିଦେଶ ଫେରନ୍ତା ଛାତ୍ରଛାତ୍ରୀମାନେ ଭାରତରେ ନିଜର ଇଣ୍ଟର୍ଣ୍ଣଶିପ୍ ସମ୍ପୂର୍ଣ୍ଣ କରିପାରିବେ । ଏ ନେଇ ଜାତୀୟ ମେଡିକାଲ ଆୟୋଗ (ଏନଏମସି) ପକ୍ଷରୁ କିଛି ଅଫିସିଆଲ ଲିଷ୍ଟ ଜାରି କରାଯାଇଛି । ଏହି ଲିଷ୍ଟର ଦେଶର ବିଭିନ୍ନ ରାଜ୍ୟର କିଛି ମେଡିକାଲ କଲେଜର ନାମ ସ୍ଥାନ ପାଇଛି । ଏହି କଲେଜମାନଙ୍କରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଇଣ୍ଟର୍ଣ୍ଣଶିପ୍ ସମାପ୍ତ କରିପାରିବେ ।

ତେବେ ଏନଏମସି ପକ୍ଷରୁ ଏଥିପାଇଁ ମାନଦଣ୍ଡ କ୍ଷେତ୍ରରେ ୧ ବର୍ଷର ରିହାତି ପ୍ରଦାନ କରାଯାଇଛି । ସ୍କ୍ରିନିଂ ଟେଷ୍ଟ ପାସ୍ କରିବା ପରେ ବିଦେଶ ଫେରନ୍ତ ସ୍ନାତକଙ୍କୁ ଅଣ-ଶୈକ୍ଷିକ ହସ୍ପିଟାଲମାନଙ୍କରେ ଇଣ୍ଟର୍ଣ୍ଣଶିପ୍ ପାଇଁ ଅନୁମତି ଦିଆଯିବ । ଆସନ୍ତା ବର୍ଷ ମେ ମାସ ସୁଦ୍ଧା ବିଭିନ୍ନ ରାଜ୍ୟର ୬୭୩ଟି ହସ୍ପିଟାଲରେ ଇଣ୍ଟର୍ଣ୍ଣଶିପ୍ କରିବାକୁ ସୁଯୋଗ ପ୍ରଦାନ କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ଗତବର୍ଷ ଚୀନ ଓ ୟୁକ୍ରେନରେ ଗ୍ରାଜୁଏସନ କରୁଥିବା ସମୟରେ କରୋନା ସଂକ୍ରମଣ ଓ ୟୁକ୍ରେନ ଯୁଦ୍ଧ କାରଣରୁ ସ୍ୱଦେଶ ଫେରିଆସିଥିଲେ ସେମାନେ ଏବେ ଆଶ୍ୱସ୍ତି ପାଇ ପାରିବେ ।

ଏନେଇ ଗତ ୧୦ ତାରିଖରେ ଏନଏମସି ଏକ ସ୍ପଷ୍ଟୀକରଣ ଜାରି କରିଛି । ମାନ୍ୟତା ପ୍ରାପ୍ତ ଅଣ-ଶୈକ୍ଷିକ ହସ୍ପିଟାଲରେ ଆସନ୍ତା ବର୍ଷ ମେ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣଶିପ୍ କରିପାରିବେ ବୋଲି କୁହାଯାଇଛି । ଗୋଟିଏ ଥର ପାଇଁ ଏହି ରିହାତି ପ୍ରଦାନ କରାଯାଇଛି । ତେବେ ଏନଏମସି ପକ୍ଷରୁ ୬୭୯ଟି ହସ୍ପିଟାଲର ଲିଷ୍ଟ ଜାରି କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଅନ୍ତିମ ବର୍ଷ ଶିକ୍ଷା ସମୟରେ ଭାରତକୁ ଫେରିଆସି ଅନଲାଇନରେ ଶିକ୍ଷା ସମାପ୍ତ କରିଥିବେ ସେମାନେ ଦୁଇବର୍ଷର ଇଣ୍ଟର୍ଣ୍ଣଶିପ୍ କରିପାରିବେ ବୋଲି କୁହାଯାଇଛି ।

https://www.nmc.org.in/MCIRest/open/getDocument?path=/Documents/Public/Portal/LatestNews/FMG.pdf

Get real time updates directly on you device, subscribe now.