CHARIDHAM

ଓଡ଼ିଶାରେ ଜଳୁଛି ଜଙ୍ଗଲ: ନିଆଁକୁ ଲିଭାଇବା ପାଇଁ ୩୯୯ଟି ନିଆଁ ଲିଭାଳି ଦଳଙ୍କୁ ନିୟୋଜିତ କରାଯାଇଛି- ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାପାଇଁ ୩୯୯ଟି ନିଆଁ ଲିଭାଳି ଦଳକୁ ନିୟୋଜିତ କରାଯାଇଛି। ଆଜି ଗୃହରେ ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‍ ଏହା କହିଛନ୍ତି। ଜଙ୍ଗଲରେ ନିଆଁ ଲିଭାଇବାପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ପ୍ରକୋଷ୍ଠ ପ୍ରତିଷ୍ଠା କରିଛନ୍ତି। ଏଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାପାଇଁ ଏସ୍‍.ଓ.ପି. ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଚବିଶଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ୨୨ ହଜାର ୭୮୬ଟି ନିଆଁ ଲାଗିଥିବା ପଏଣ୍ଟ୍‍ରେ ନିଆଁକୁ ଆୟତ୍ତ କରାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବି.ଜେ.ପି. ସଦସ୍ୟମାନେ କକ୍ଷ୍ୟ ତ୍ୟାଗ କରିଥିବା ଦେଖାଯାଇଥିଲା। ମୁଲତବୀ ପ୍ରସ୍ତାବରେ ଭାଗ ନେଇ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ଜଙ୍ଗଲରେ ଗଛ କାଟିବା ପାଇଁ ବନ କର୍ମଚାରୀମାନେ ମାଫିଆମାନଙ୍କୁ ସହଯୋଗ କରୁଛନ୍ତି। କାମ୍ପା ଫଣ୍ଡ୍‍ରେ ଥିବା ଟଙ୍କା ଗଛ ଲଗାଇବାରେ କେତେ ଖର୍ଚ୍ଚ ହେଉଛି, ତା’ର ଉତ୍ତର ଗୃହରେ ରଖିବା ଲାଗି ଶ୍ରୀ ସାଲୁଜା ଦାବି କରିଥିଲେ।