୬୧ ବର୍ଷ ବୟସରେ ବାହାହେବାକୁ ମନ କଲେ ବିଜେପି ନେତା ଦିଲ୍ଲୀପ ଘୋଷ, ଦଳୀୟ ନେତ୍ରୀଙ୍କୁ କରିବେ ଜୀବନସାଥୀ
କୋଲକାତାରେ ପଡ଼ିବ ହାତଗଣ୍ଠି । ନେତା, ମନ୍ତ୍ରୀ ହେବେ ସାମିଲ ।
କୋଲକାତା: ଭାଜପା ନେତା ରଚିବେ ବାହାଘର । ପଶ୍ଚିମବଙ୍ଗର ପୂର୍ବତନ ଭାଜପା ଦଳ ମୁଖ୍ୟ ଦିଲ୍ଲୀପ ଘୋସ୍ ବାହାହେବାକୁ ଯାଉଛନ୍ତି । ଦିଲ୍ଲୀପଙ୍କ ବାହାଘରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ପାର୍ଟି କର୍ମୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିବା ନେଇ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଆଜି ଦିଲ୍ଲୀପ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏ ନେଇ ବ୍ୟାପକ ଆୟୋଜନ ଦିଲ୍ଲୀପଙ୍କ କୋଲକାତାସ୍ଥିତ ବାସଭବନରେ କରାଯାଇଛି ।
ରିଙ୍କୁ ପଶ୍ଚିମ ବଙ୍ଗ ଭାଜପା ମହିଳା ଦଳର ମୁଖ୍ୟ । ଦଳ ପକ୍ଷରୁ ତାଙ୍କୁ ଅନେକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ବହୁ ବର୍ଷ ଧରି ସେ ଭାଜପା ପାଇଁ କାମ କରିଆସୁଛନ୍ତି ।
ଦିଲ୍ଲୀପଙ୍କ ବାହାଘରରେ ବହୁ ଦଳିୟ ନେତା କର୍ମୀ ଯୋଗ ଦେବାକୁ ଥିବାବେଳେ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଏବଂ ଦେବାଂଶୁ ଭଟାଚ୍ଚାର୍ଯ୍ୟ ଏଥିରେ ସାମିଲ ହେବେ ।
ଖବର ଅନୁସାରେ ଉକ୍ତ ବାହାଘରରେ ଦିଲ୍ଲୀପ ଓ ରିଙ୍କୁଙ୍କ ପରିବାର ଲୋକଙ୍କ ସହ କିଛି ଖାସ୍ ବନ୍ଧୁ ସାମିଲ ହେବେ । ଦିଲ୍ଲୀପ ଦୀର୍ଘ ଦିନ ଧରି ଏକୁଟିଆ ରହିବା ପରେ ୬୧ ବର୍ଷ ବୟସରେ ବିବାହ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ତାଙ୍କ ପରିବାର ଓ ପ୍ରିୟଜନ ସ୍ୱୀକାର ମଧ୍ୟ କରିଛନ୍ତି ।