fbpx

ରାଜନୀତି ଜଗତର ଆଉ ଜଣେ ପୁରୁଖା ନେତାଙ୍କ ପରଲୋକ ; ଆରପାରିରେ ଅଜୟ ଜେନା….

Advertisement

ଓଡିଶା ଭାସ୍କର; ରାଜନୀତି ଜଗତର ଆଉ ଜଣେ ପୁରୁଖା ନେତାଙ୍କ ପରଲୋକ ଘଟିଥିବା ଭଳି ଏକ ଦୁଖଦଃ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ ଘଟିଛି । ଦେହାନ୍ତ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଜନତା ଦଳ ଟିକେଟରେ ସେ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ସହ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ତେବେ ତାଙ୍କ ଦେହାନ୍ତ ଖବରକୁ ନେଇ ଓଡିଶା ରାଜନୀତିରେ ଏକ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।

ସେ ୧୯୭୭ ମସିହାରେ ବ୍ରହ୍ମଗିରି ବିଧାନସଭା ଆସନରେ ଜନତା ଦଳରୁ ପ୍ରଥମେ ସପ୍ତମ ଓଡ଼ିଶା ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୦ ମସିହାରେ ସେ ଦ୍ୱିତୀୟ ଥର ପାଇଁ ଦଶମ ଓଡ଼ିଶା ବିଧାନସଭା ସଦସ୍ୟ ଭାବରେ ବ୍ରହ୍ମଗିରି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଥିଲା।

Get real time updates directly on you device, subscribe now.