ଅଭିନୟ ଜଗତରେ ପାଦ ଥାପିଲେ କ୍ରିକେଟର ସୌରଭ ଗାଙ୍ଗୁଲି, ସୁଟିଂ ସେଟରୁ ଫଟୋ ଭାଇରାଲ

ଆକ୍ଟିଂ ଯାତ୍ରା ଆରମ୍ଭ କଲେ ଗାଙ୍ଗୁଲି । ଓଟିଟିରେ ଦେଖାଇବେ କମାଲ ।

ମୁମ୍ବାଇ: କ୍ରିକେଟ ମଇଦାନରେ ନିଜ କମାଲ ଦେଖେଇ ସାରିବା ପରେ ଆସି ପହଞ୍ଚିଥିଲେ ମଞ୍ଚରେ, ନିଜ ଆଙ୍କରିଙ୍ଗରେ ଦର୍ଶକଙ୍କୁ କରିଥିଲେ ମତୱାଲା, ଆଉ ଏବେ ଅଭନୟ ଜଗତରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

ନେଟଫ୍ଲିକ୍ସର ୱେବ ସିରିଜ୍ ଖାକି-୨ରେ ନଜରକୁ ଆସିବେ ଗାଙ୍ଗୁଲି । ଏ ନେଇ ନିକଟରେ ସୁଟ୍ ହୋଇଥିବା ଏକ ଆଡରେ ଗାଙ୍ଗୁଲି ପୋଲିସ ଗେଟଅପରେ ରେଡି ହୋଇଥିବା ଦେଖିବାକୁ ମିଳିଛି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି ।

ଏହି ୱେବ ସିରିଜରେ ବଙ୍ଗଳା ଫିଲ୍ମ ଅଭିନେତା ଜିତ୍ ଓ ପ୍ରଶ୍ନଜିତ୍ ଚାଟାର୍ଜୀ ମଧ୍ୟ ଅଭିନୟ କରିଛନ୍ତି । ସିରିଜର ଆଡ୍ ସୁଟ୍ ପାଇଁ ବରୁଇପୁରସ୍ଥିତ ବିନୋଦିନି ଷ୍ଟୁଡିଓରେ ଗାଙ୍ଗୁଲିଙ୍କୁ ଦେଖାଯାଇଛି ।

ପୁର୍ବରୁ ଗାଙ୍ଗୁଲିଙ୍କ ବାୟୋପିକ୍ ନିର୍ମାଣ ହୋଇସାରିଛି । କିନ୍ତୁ ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜକୁମାର ରାଓ । ତେବେ ଗାଙ୍ଗୁଲିଙ୍କ ନୂଆ ଅଭିନୟ ଯାତ୍ରା ପାଇଁ ଅନେକେ ତାଙ୍କୁ ଶୁଭକାମନା ଦେଇଛନ୍ତି ।