fbpx

ଦିନିକିଆ ବିଶ୍ୱକପରୁ ବାଦ୍ ପଡିଲା ପୂର୍ବତନ ଚମ୍ପିଆନ: ଦୁଇଥର ବିଶ୍ୱ ବିଜେତା ହୋଇଛି ଏହି ଦଳ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପୂର୍ବରୁ ଆସିଛି ଏକ ବଡ ଖବର । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ପୂର୍ବତନ ବିଶ୍ୱବିଜେତା । ଏପର୍ଯ୍ୟନ୍ତ ଦିନିକିଆ ବିଶ୍ୱକପ ଇତିହାସରେ ଦୁଇଥର ଟ୍ରଫି ହାସଲ କରି ସାରିଥିବା ଦଳ ଆସନ୍ତା ବିଶ୍ୱକପରୁ ବାଦ୍ ପଡିଛି । ତେବେ ୪୮ ବର୍ଷ ଭିତରେ ପ୍ରଥମ ଥର ପାଇଁ ବିଶ୍ୱକପରେ ସ୍ଥାନ ହରାଇଛି ଏହି ଦଳ ଏବଂ ଏହି ସମୟ ମଧ୍ୟରେ ପ୍ରଥମଥର ପାଇଁ ବିଶ୍ୱକପରୁ ବାଦ୍ ପଡିଛି ଏହି ଦଳ । ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ରୁ ନିଜ ସ୍ଥାନ ହରାଇଛି ୱେଷ୍ଟଇଣ୍ଡିଜ ।

କ୍ୱାଲିଫାୟାର ରାଉଣ୍ଡ ଖେଳୁଥିବା ୱେଷ୍ଟଇଣ୍ଡିଜ ଦଳ ଚଳିତବର୍ଷ ବିଶ୍ୱକପରୁ ବାଦ୍ ପଡିଛି । ତେବେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ବିନା ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । କ୍ୱାଲିଫାୟାର୍ସ ରାଉଣ୍ଡରେ ସ୍କଟଲାଣ୍ଡ ନିକଟରୁ ପରାସ୍ତ ହୋଇ ବିଶ୍ୱକପରୁ ନିଜ ସ୍ଥାନ ହରାଇଛି ୱେଷ୍ଟଇଣ୍ଡିଜ । ତେବେ ୪୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପରେ ଖେଳିବାର ସୁଯୋଗ ପାଇବ ନାହିଁ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡକୁ ୧୮୩ ରନର ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜ । ଯାହାକୁ ମାତ୍ର ୪୩.୩ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଛି ସ୍କଟଲାଣ୍ଡ । ଦଳ ପକ୍ଷରୁ ୱିକେଟ କିପର ଓପନର ମାଥ୍ୟୁ କ୍ରାସ ସର୍ବାଧିକ ୭୪ ରନ କରିଥିବା ବେଳେ ବ୍ରେଣ୍ଡନ ମ୍ୟାକୁଲେନ ୬୯ ରନ୍ କରିଛନ୍ତି । ତେବେ ଦିନିକିଆ ଇତିହାସରେ ପ୍ରଥମ ଥର ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଛି ସ୍କଟଲାଣ୍ଡ । ଏହି ବିଜୟ ସହିତ ଦଳ ୱେଷ୍ଟଇଣ୍ଡିଜର ଦିନିକିଆ ବିଶ୍ୱକପରେ ସ୍ଥାନ ହାସଲ କରିବାର ସ୍ୱପ୍ନକୁ ଭାଙ୍ଗି ଦେଇଛି । ଏହାପୂର୍ବରୁ ଜିମ୍ବାୱେ ମଧ୍ୟ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ।

Get real time updates directly on you device, subscribe now.