fbpx

ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କ ୯୦ ବର୍ଷ ବୟସରେ ପରଲୋକ

Advertisement

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ମୁ୍‌ଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ସିକନ୍ଦରାବାଦର ମିଲିଟାରୀ ହସ୍ପିଟାଲରେ ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

୧୯୫୩ ସେପଟେମ୍ବର ୧ରେ ଲକ୍ଷ୍ମୀନାରାୟଣ ରାମଦାସ ଭାରତ ନୌବାହିନୀରେ ଏକ ଅଧିକାରୀ ଭାବେ ଯୋଗ ଦେଇଥିଲେ । ୧୯୯୦ ନଭେମ୍ବରରୁ ୧୯୯୩ ସେପଟେମ୍ବର ପର୍ଯ୍ୟନ୍ତ ସେ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୭୧ରେ ସେ ଭାରତ- ପାକିସ୍ତାନ ଯୁଦ୍ଧରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଭାରତୀୟ ନୌସେନାର ପୂର୍ବତନ ମୁ୍‌ଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶିଷ୍ଟ ସେବା ପଦକ, ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ, ବୀରଚକ୍ରରେ ସମ୍ମାନିତ ହୋଇଛନ୍ତି । ଅବସର ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଆନ୍ତରିକ ଉଦ୍ୟମ କରିଥିବାରୁ ତାଙ୍କୁ ୨୦୦୪ରେ ରମନ୍ ମ୍ୟାଗ୍‌ସେସେ ପୁରସ୍କାର ପ୍ରଦାନ କରାଯାଇଥିଲା ।

 

Get real time updates directly on you device, subscribe now.