fbpx

ବାପା ହେଲେ ପୂର୍ବତନ କ୍ରିକେଟର ଯୁବରାଜ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ସିକ୍ସର କିଙ୍ଗ ଯୁବରାଜ ସିଂହ ସାଧାରଣତନ୍ତ୍ର ଦିବସରେ ତାଙ୍କର ଫ୍ୟାନ୍ସଙ୍କୁ ଏକ ଗିଫ୍ଟ ପ୍ରଦାନ କରିଛନ୍ତି । ଆଜିର ପବିତ୍ର ଦିବସରେ ସେ ସେ ବାପା ବନିଯାଇଛନ୍ତି । ଗତକାଲି ରାତିରେ ତାଙ୍କର ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ହେଜଲ କେଚ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ଅବସରରେ ଯୁବରାଜ ଓ ହେଜଲଙ୍କୁ ସମସ୍ତେ ମୁବାରକ ଜଣାଇଛନ୍ତି ।

ଏନେଇ ଯୁବରାଜ ଟ୍ୱିଟ୍ କରିଛନ୍ତି ଯେ, ‘ଆମର ସମସ୍ତ ଫ୍ୟାନ୍ସ, ବନ୍ଧୁଙ୍କୁ ଏହି ସୁଖବର ଶେୟାର କରିବାକୁ ବହୁତ ଖୁସି ଅନୁଭବ ହେଉଛି । ଈଶ୍ୱର ଆମକୁ ଏକ ପୁତ୍ର ସନ୍ତାନ ଆଶିର୍ବାଦ ସ୍ୱରୂପ ପ୍ରଦାନ କରିଛନ୍ତି । ଏଥିପାଇଁ ଆମେ ଭଗବାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ । ଈଶ୍ୱରଙ୍କୁ ଏଇ ନହ୍ନି ସୀ ଗିଫ୍ଟକୁ ଆମେ ଦୁନିଆର ସମସ୍ତ ପ୍ରକାରର ସେବା ଯତ୍ନ ଦେଇ ବଢ଼ାଇବୁ ।’ ତେବେ ହେଜଲ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖୁସିର ମେସେଜକୁ ପୋଷ୍ଟ କରିଛନ୍ତି ।

ଏହି ଅବସରରେ ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଲେଖିଛନ୍ତି, ‘ଭାଇ କୋ ବହୁତ ମୁବାରକ, ମୁଝେ ପୂରା ୟକିନ ହେ କି ଆପ ବେହତରିନ୍ ପିତା ସାବିତ ହୋଙ୍ଗେ । ଛୋଟେ କୋ ଢୋର ସାରା ପ୍ୟାର, ଭାବି କୋ ସମ୍ମାନ’ । ସୂଚନାଯୋଗ୍ୟ ଯେ, ଯୁବରାଜ ଓ ହେଜଲଙ୍କ ସଗାଈ ଗତ ୨୦୧୫ରେ ହୋଇଥିଲା ଓ ଦୁହେଁ ୨୦୧୬ ମସିହା ନଭେମ୍ବର ୩୦ରେ ବିବାହ କରିଥିଲେ । ଯୁବରାଜ ସୋସିଆଲ ମିଡ଼ିଆରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବାର ୩ ମାସ ପରେ ହେଜଲ ତାହାକୁ ଆସେପ୍ଟ କରିଥିଲେ । ଯୁବରାଜ ୨୦୦୭ର ଟି-୨୦ ବିଶ୍ୱକପ ଓ ୨୦୧୧ ଏକଦିବସୀୟ ବିଶ୍ୱବିଜୟୀ ଦଳର ସଦସ୍ୟ ରହିଥିଲେ । ଗତ ୨୦୧୯ ଜୁନ ୧୦ ତାରିଖରେ ଏହି ଚାମ୍ପିୟନ ଖିଲାଡ଼ି କ୍ରିକେଟ ଜଗତକୁ ଅଲବିଦା କରିଥିଲେ ।

Get real time updates directly on you device, subscribe now.