fbpx

ପୂର୍ବତନ କ୍ରିକେଟରଙ୍କ ଭବିଷ୍ୟବାଣୀ: Champions Trophy ପୂର୍ବରୁ ବଦଳିଯିବ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ କୋଚିଙ୍ଗରେ ଭାରତୀୟ ଦଳ ଆରମ୍ଭରୁ ହିଁ କ୍ଲିନ ସ୍ୱିପ ହୋଇଛି । ଟି-୨୦ ସିରିଜ ଟିମ ଇଣ୍ଡିଆ ବିଜୟୀ ହୋଇଥିଲେ ମଧ୍ୟ ଦିନିକିଆ ସିରିଜରେ ୨-୦ରେ ପରାସ୍ତ ହୋଇଛି । ତେବେ ଖୁବଶୀଘ୍ର ଏହି ଭୁଲକୁ ସୁଧାରିବା ପାଇଁ ଟିମ ଇଣ୍ଡିଆ ଚେଷ୍ଟା କରିବ ଏବଂ ଗୁରୁ ଗମ୍ଭୀର ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେବେ । ଏହାମଧ୍ୟରେ ଭାରତୀୟ ଦଳକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତର ଜଣେ ପୂର୍ବତନ କ୍ରିକେଟର । ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ଦେଖତିବାକୁ ମିଳିପାରେ ବୋଲି ସେ ପ୍ରକାଶ କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଟିମ ଇଣ୍ଡିଆ ପାଇଁ ଚଳିତବର୍ଷର ଶେଷ ସିରିଜ ରହିଥିଲା । ଏହାପରେ ଆସନ୍ତାବର୍ଷ ଫେବୃଆରୀ ମାସରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ତେବେ ଏ ନେଇ ବର୍ତ୍ତମାନ କୌଣସି ଘୋଷଣା କରାଯାଇନାହିଁ । କିନ୍ତୁ ଏହାପୂର୍ବରୁ ଭାରତୀୟ ଦଳରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶା କରୁଛନ୍ତି ଟିମ ଇଣ୍ଡିଆର ପୂର୍ବତନ ୱିକେଟ କିପର ଦିନେଶ କାର୍ତ୍ତିକ । ସେ କହିଛନ୍ତି ଯେ, ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଅଅନେକ ଗୁଡ଼ିଏ ଟେଷ୍ଟ ମ୍ୟାଚ୍ ରହିଛି । ତେରୁ ଇଂଲଣ୍ଡ ବିପକ୍ଷ ଆସନ୍ତା ସିରିଜ ପୂର୍ବରୁ ଆମକୁ ଆହୁରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା ଟିମ ଇଣ୍ଡିଆ ଅପେକ୍ଷା ସମ୍ପୂର୍ଣ୍ଣ ନୂଆ ଟିମ୍ ଦେଖପାରନ୍ତି, କିଛି ପରିବର୍ତ୍ତନ ହୋଇପାରେ । ତେବେ ବର୍ତ୍ତମାନ ବଡ଼ ଟୁର୍ଣ୍ଣାମେଣ୍ଟରେ ସମ୍ପୂର୍ଣ୍ଣ ଅଲଗା ଟିମ୍ ଭାବରେ ଖେଳୁଛି ଟିମ ଇଣ୍ଡିଆ ।

ତେବେ ଶ୍ରୀଲଙ୍କା ବିପକ୍ଷରେ ହୋଇଥିବା ଏକ ଏକ୍ସପେରିମେଣ୍ଟ ବିଫଳ ହୋଇଛି । ଏହି ଭୁଲରୁ ଭାରତୀୟ ଦଳ ନିଜ ଭୁଲକୁ ଚିହ୍ନଟ କରି ଏଥିରେ ସୁଧାର ଆଣିବା ପାଇଁ ଆଶା ରଖିବ । ତେବେ କୋଚ୍ ଗମ୍ଭୀର ମଧ୍ୟ ଏଥିପ୍ରତି ନିଶ୍ଚୟ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ସିରିଜ ହାତଛଡ଼ା ହୋଇଛି । ଏହି ସିରିଜରେ ପ୍ରଥମ ମ୍ୟାଚ ଡ୍ର ରହିଥିବା ବେଳେ ଶେଷ ଦୁଇଟି ମ୍ୟାଚରେ ଭାରତ ପରାସ୍ତ ହେବା ସହ ୨-୦ରେ ସିରିଜ ହାତଛଡ଼ା କରିଛି ।

Get real time updates directly on you device, subscribe now.