ଆଉ ନାହାଁନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ମେ ୧୧ ତାରିଖରେ ମଲିକଙ୍କୁ ପରିସ୍ରା କରିବା ସମୟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା।
ନୂଆଦିଲ୍ଲୀ: ଆରପାରିରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ। ଆଜି ଅର୍ଥାତ ମଙ୍ଗଳବାର ଦିନ ତାଙ୍କର ଦେହାନ୍ତ ହୋଇଛି।
ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମଲିକଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ତାଙ୍କ ସରକାରୀ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି।
ମଲିକଙ୍କୁ ଚଳିତ ବର୍ଷ ମେ ମାସରେ ମୂତ୍ରନଳୀ ସଂକ୍ରମଣ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଥିଲା।
ତାଙ୍କର କିଡନୀ ଖରାପ ହୋଇଥିଲା। ମେ ୧୧ ତାରିଖରେ ମଲିକଙ୍କୁ ପରିସ୍ରା କରିବା ସମୟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା।
ଯାହା ପରେ ତାଙ୍କର ଉଭୟ କିଡନୀ କାମ କରିବା ବନ୍ଦ କରିଦେଇଥିଲା ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ହୋଇଯାଇଥିଲା।
ମଲିକ ଅଗଷ୍ଟ ୨୦୧୮ ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।
ତାଙ୍କ କାର୍ଯ୍ୟକାଳ ସମୟରେ ୫ ଅଗଷ୍ଟ ୨୦୧୯ ରେ ଧାରା ୩୭୦ ରଦ୍ଦ କରାଯାଇଥିଲା ଏବଂ ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଥିଲା। ଆଜି ଏହି ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ।