fbpx

ବଡ଼ ଖବର: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ପରଲୋକ । ସିଞ୍ଜୋଙ୍କୁ ଆଜି ସକାଳେ ନାରା ସହରରେ ଗୁଳିମାଡ଼ ହୋଇଥିଲା । ଗୁଳି ଛାତିରେ ବାଜିଥିବା ପରେ ସିଞ୍ଜୋଙ୍କୁ ଆସିଥିଲା ହାର୍ଟ ଅଟୋକ୍ । ଏହା ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଥିଲା । ସିଞ୍ଜୋଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ କଠିନ ପରିଶ୍ରମ କରିଥିଲେ, କିନ୍ତୁ ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ସିଞ୍ଜୋ ଆବେ ।

ରିପୋର୍ଟ ଅନୁସାରେ, ସିଞ୍ଜୋ ଆବେଙ୍କୁ ସକାଳେ ନାରା ସହରରେ ଗୁଳି କରାଯାଇଥିଲା । ଭାଷଣ ଦେବାବେଳେ ସେ ହଠାତ୍ ଖସିପଡିଥିଲେ । ତାଙ୍କ ଛାତିରେ ଗୁଳି ବାଜିଥିବା ରିପୋର୍ଟରେ କୁହାଯାଇଛି । ଗୁଳି ଚଳାଇବା ପରେ ସିଞ୍ଜୋ ଆବେଙ୍କ ହାର୍ଟ ଆଟାକ୍ ଆସିଥିଲା । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗଥିଲାି । ଅତ୍ୟଧିକ ରକ୍ତସ୍ରାବ ହେବା ସହ ତାଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ଆବେଙ୍କୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.