କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

ଆଜି କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା କରାଯାଇଛି, ସେ ୧୯୮୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିଦେଶକ(ଡିଜିପି) ଓମ ପ୍ରକାଶଙ୍କୁ ରବିବାର ଦିନ ବେଙ୍ଗଲୁରୁ ସ୍ଥିତ ନିବାସରେ ହତ୍ୟା କରାଯାଇଛି। ସେ ୧୯୮୧ ବୟାଚର ବରିଷ୍ଠ ଅଧିକାରୀ। ତାଙ୍କ ନିଜ ଘରୁ ଓମ ପ୍ରକାଶଙ୍କର ମୃତଦେବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି।

ପ୍ରାଥମିକ ଯାଞ୍ଚରେ ପୋଲିସକୁ ହତ୍ୟା କରାଯିବାର ଆଶଙ୍କା ରହିଛି। ଏଥିସହ ଏହି ହତ୍ୟା ପଛରେ ପୋଲିସକୁ ତାଙ୍କ ସ୍ତ୍ରୀ ଉପରେ ରହିଛି। ଘଟଣା ସମୟରେ ସ୍ତ୍ରୀ ଏବଂ ଝିଅ ଘରେ ଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ତାଙ୍କ ସ୍ତ୍ରୀକୁ ହେପାଜତରେ ନିଆଯାଇ ଜେରା କରାଯାଉଛି।