ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏସ୍‌. ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ପଦ୍ମ ବିଭୂଷଣରେ ହୋଇଥିଲେ ସମ୍ମାନିତ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ବିଳମ୍ବି ରାତି ୨ଟା ୪୫ରେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଥିଲା ।

୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ବେଙ୍ଗାଲୁରୁକୁ ଦେଶର ଟେକ୍ନୋଲୋଜି ହବରେ ପରିଣତ କରି ସହରକୁ ‘ସିଲିକନ୍ ଭ୍ୟାଲି ଅଫ୍ ଇଣ୍ଡିଆ’ ଆଖ୍ୟା ପ୍ରଦାନ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ । ୨୦୦୯ରୁ ୨୦୧୨ରେ ସେ କେନ୍ଦ୍ରୀୟ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୬୦ରେ ସେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୨ରେ ସେ ମଦ୍ଦୁର ବିଧାନସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ଏହା ପରେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟିରେ ସାମିଲ ହୋଇଗଲେ ଏବଂ ୧୯୬୮ ଉପନିର୍ବାଚନରେ ମାଣ୍ଡ୍ୟା ଲୋକସଭା ଆସନରୁ ବିଜୟ ହାସଲ କରିଥିଲେ । ଏହା ପରେ ୧୯୭୧ରେ ସେ କଂଗ୍ରେସରେ ଯୋଗ ଦେଇ ମାଣ୍ଡ୍ୟା ଲୋକସଭା ଆସନରୁ ପୁନଃ ବିଜୟୀ ହୋଇଥିଲେ । ୨୦୨୩ରେ ସେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ । ୨୦୨୩ରେ ଭାରତୀୟ ରାଜନୀତିରେ ଯୋଗଦାନ ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ଏସ୍‌. ଏମ୍ କ୍ରିଷ୍ଣା ।