fbpx

ଲଜ୍ଜା: ବାପା ଥିଲେ ରାଜ୍ୟ କ୍ୟାବିନେଟର ଜଣେ ମନ୍ତ୍ରୀ: ଗାଡ଼ି ଚୋରି ଓ ଲୁଟ୍ ମାମଲାରେ ପୁଅକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ଆଜିକାଲି ଦିନକୁ ଦିନ ଚୋରି, ଡକାୟତି ପରି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ତେବେ ଏହି କ୍ରମରେ ଜଣେ ରାଜନେତାଙ୍କ ପୁଅଙ୍କ ନାମ ସାମ୍ନାକୁ ଆସିଛି । ନିକଟରେ ବିହାର ପୋଲିସର ସ୍ପେଶାଲ ଟିମ୍ ଗାଡ଼ି ଚୋରି ଓ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଉକ୍ତ ଗ୍ୟାଙ୍ଗର ମାଷ୍ଟରମାଇଷ୍ଟ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଚୋରି ଘଟଣାରେ ବିହାରର ଜଣେ ପୂର୍ବତନ କ୍ୟାବେିନେଟ୍ ମନ୍ତ୍ରୀଙ୍କ ପୁଅ ସଂଶ୍ଲିଷ୍ଟ ଥିବା ସ୍ପଷ୍ଟ ହୋଇଛି । ଗତ ୨୪ ତାରିଖରେ ବିହାରର ଏସଟିଏଫର ଡିଏସପି ପାହ୍ୟାର ଜଣେ ଅଧିକାରୀଙ୍କର ଏକ ଟାଟା ଗୋଲ୍ଡ ସୁମୋ ଗାଡ଼ି ଚୋରି ହୋଇଥିଲା । ପରେ ଏସଟିଏଫ୍ ଟିମ୍ ଚୋରି ଗାଡ଼ିକୁ ପଶ୍ଚିମବଙ୍ଗରୁ ଜବତ କରିଥିଲା । ଏହି ଘଟଣାରେ ଏସଟିଏଫ୍ ସମସ୍ତୀପୁର ଜିଲ୍ଲାର ମୁକେଶ ସହନୀ ଓ ଭୋଜପୁର ଜିଲ୍ଲାର ସୁନୀଲ କୁମାରଙ୍କୁ ଗିରଫ କରିଥିଲା ।

ତେବେ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ଦୁଇ ଅପରାଧୀଙ୍କ ନାମରେ ସମସ୍ତୀପୁର, ମଧୁବନୀ, ନବାଦା ପଟନା ଓ ପଶ୍ଚିମବଙ୍ଗର ସିଲିଗୁଡ଼ିର ବିଭିନ୍ନ ଥାନାରେ ଗାଡ଼ି ଚୋରି ଓ ଲୁଟ୍ କାଣ୍ଡ ନେଇ କେସ୍ ଦାୟର ହୋଇଥିଲା । ସମସ୍ତୀପୁରରେ ରହୁଥିବା କୁଖ୍ୟାତ ଅପରାଧୀ ମୁକେଶଙ୍କ ପିତା ବିହାରର ଜଣେ ପୂର୍ବତନ ମନ୍ତ୍ରୀ ଅଟନ୍ତି । ମୁକେଶ ପୂର୍ବରୁ ଏକାଧିକ ବଡ଼ ବଡ଼ ଅପରାଧିକ ମାମଲା ସହିତ ଜଡ଼ିତ ରହିଥିଲା ।

Get real time updates directly on you device, subscribe now.