fbpx

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ, ୯୨ ବର୍ଷରେ ବୁଜିଲେ ଆଖି

Advertisement

କୋଣାର୍କ: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ ଘଟିବା ଖବର ସାମ୍ନାକୁ ଆସିଛି । ସୁରେନ୍ଦ୍ରନାଥ ନାୟକ କାକଟପୁରର ପୂର୍ବତନ ବିଧାୟକ । ତାଙ୍କର ଭୁବନେଶ୍ୱର ଟଙ୍କପାଣି ସ୍ଥିତ ବାସଭବନରେ ପରଲୋକ ଘଟିଛି । ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥିସହ ସେ କୃଷି, ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି ।

Get real time updates directly on you device, subscribe now.