ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କୋଟପାଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ । ମୁଖ୍ୟମନ୍ତ୍ରୀଙ୍କ ଶୋକ ।

ଭୁବନେଶ୍ବର: କୋରାପୁଟ ଜିଲ୍ଲାର କୋଟପାଡ଼ର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗ । ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ଜଗଦଳପୁର ମେଡିକାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଶୋକ-  ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, “କୋଟପାଡ଼ର ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ ଏବଂ ଦୁଃଖିତ। ମହାପ୍ରଭୁଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ”

ଦିବଙ୍ଗତ ସଦନଙ୍କ ରାଜନୈତିକ କ୍ୟାରିୟର-  ଯଦି ଦେଖିବା ୧୯୯୦ ମସିହାରେ ଜନତା ଦଳରୁ ସଦନ ନାୟକ ବିଧାୟକ ହୋଇଥିଲେ । ଅଞ୍ଚଳର ବିକାଶ ପାଇଁ ସେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ଯାହା ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଛି । ତେବେ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟାର ଛାୟା ଖେଳିଯାଇଛି ।