fbpx

ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା

ଭୁବନେଶ୍ୱର: ଆର ପାରିରେ ରାଜନେତା ମୋହନ ଜେନା । ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଯାଜପୁରରୁ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।ତାଙ୍କର ଦେହାନ୍ତରେ ରାଜନୈତିକ ମାହୋଲରେ ଏବେ ଦୁଃଖରଛାୟା ଖେଳି ଯାଇଛି ।

ସୂଚନାମୁତାବକ  ସେ ଓଡ଼ିଶାର ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ଜଣେ ପ୍ରତିନିଧି ଭାବେ ୨୦୦୪ ଏବଂ ୨୦୦୯ରେ ବିଜେଡି ଟିକଟରୁ ଲୋକସଭାକୁ ଲଗାତାର ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଥିଲେ।

ମୋହନ ଜେନା ୧୪ ଜୁଲାଇ ୧୯୫୭ରେ ଓଡ଼ିଶାର ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଯଦି ଆମେ ତାଙ୍କ ରାଜନୈତିକ ଯାତ୍ରା ଉପରେ ନଜର ପକେଇବା ତେବେ ସେ ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିବାପରେ ରାଜନୀତିରେ ଯୋଗ ଦେଇଥିଲେ । ସେ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ ଏବଂ ପରେ ୧୯୯୪ରୁ ୧୯୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

୨୦୧୯ ମାର୍ଚ୍ଚ ୨୭ରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।ଏହାର ଦୁଇ ଦିନ ପରେ ବିଜେପିରେ ମିଶିଲେ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମୋହନ ।ସେ ଯାଜପୁର ଲୋକ ସଭା ଆସନ ପାଇଁ ଆଶାୟୀ ଥିଲେ ତେବେ ତାଙ୍କୁ ଟିକେଟ ନମିଳିବାରୁ ଏବଂ ବିଜେଡିରେ ଟିକଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିଲେ ।

Get real time updates directly on you device, subscribe now.