fbpx

ଓଡ଼ିଶା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ପ୍ରଶାନ୍ତ ମହାପାତ୍ରଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୪୭ ବର୍ଷ ବୟସ ହୋଇଥିଲା । ଗତ ୯ ତାରିଖରେ ରଘୁନାଥ ମଧ୍ୟ କୋଭିଡରେ ପ୍ରାଣ ହରାଇଥିଲେ । ପ୍ରଶାନ୍ତ କିଛିଦିନ ଧରି ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲା । ଆଜି ପ୍ରଶାନ୍ତଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ପ୍ରଶାନ୍ତ ପୂର୍ବରୁ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଭାବେ କାର୍ଯ୍ୟ କରିବା ସହ ଜଣେ ରଣଜୀ ଖେଳାଳି ତଥା ବିସିସିଆଇର ମ୍ୟାଚ୍ ରେଫରି ଥିଲେ । ସେ ଓଡ଼ିଶା ପାଇଁ ଅନେକ ମ୍ୟାଚ ଖେଳି ରାଜ୍ୟ ପାଇଁ ସୁନାମ ଆଣିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କ ପରଲୋକରେ ଗଭୀର ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସବବେଦନା ଜଣାଇଛନ୍ତି । ଏଥିସହ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି, କ୍ରୀଡ଼ାବିତ, ରାଜନେତା, ପ୍ରଶାସକ ତାଙ୍କର ମୃତ୍ୟୁରେ ଶୋକବ୍ୟକ୍ତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.