fbpx
BJD SKY
BJD SKY

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ, ଇମ୍ରାନଙ୍କ ପାର୍ଟିର ଜଣେ କର୍ମୀଙ୍କର ରହିଛି ସମ୍ପୃକ୍ତି

BJD

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଆକ୍ରମଣ କରାଯାଇଛି । ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ଜଣେ କର୍ମୀ ଲଣ୍ଡରେ ଶରିଫଙ୍କ ଉପରେ ହମଲା କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଶରିଫଙ୍କ ସୁରକ୍ଷା କର୍ମୀ ଆହତ ହୋଇଥିବା ନେଇ ଜଣେ ପାକିସ୍ତାନୀ ରିପୋର୍ଟର ଟ୍ୱିଟ୍ କରିଛନ୍ତି ।

ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବବ । ଯଦି ସଂସଦରେ ଇମ୍ରାନ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିବେ, ତେବେ ତାଙ୍କର ସରକାର ଭାଙ୍ଗିଯିବ । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ ହୋଇଥିବା ବେଳେ ବିପକ୍ଷ ଦଳଙ୍କ ପାଖରେ ୧୭୭ଟି ଭୋଟ ରହିଛି । ତେଣୁ ଏପରି ପରିସ୍ଥିତିରେ ଇମ୍ରାନଙ୍କ ଭାଗ୍ୟ ସୁତା ଖିଅରେ ଝୁଲୁଛି।

ଏନେଇ ଶରିଫଙ୍କ ଝିଅ ମରିୟମ କହିଛନ୍ତି ଯେ, ଶାସକ ଦଳର ଯେଉଁ କର୍ମୀମାନେ ଏହି ଆକ୍ରମଣରେ ସମ୍ପୃକ୍ତ ରହିଛନ୍ତି, ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯାଉ । ଉତ୍ତେଜନା ସୃଷ୍ଟି କରିବା ଓ ଦେଶଦ୍ରୋହ ମାମଲାରେ ଇମ୍ରାନ ମଧ୍ୟ ଦଣ୍ଡ ପାଇବା ଦରକାର ।

Get real time updates directly on you device, subscribe now.