(Video) ପାକିସ୍ତାନୀ ସେନା ମୁଖ୍ୟ ମୁନୀର କରିଛନ୍ତି କି ପହଲଗାମ ଆକ୍ରମଣ? ପାକିସ୍ତାନର ପୂର୍ବତନ ମିଲିଟ୍ରୀ ଅଫିସରଙ୍କ ବଡ଼ ଦାବି
ପାକିସ୍ତାନର ଅବସରପ୍ରାପ୍ତ ମେଜର ଆଦିଲ ରାଜା ପହଲଗାମ ଆକ୍ରମଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସୀମା ପାର ଆତଙ୍କବାଦ ଉପରେ କଡ଼ା ଚେତାବନୀ ଜାରି କରି ପାକିସ୍ତାନ ବିପକ୍ଷରେ ବଡ଼ ଆକ୍ସନ ନେଇଛନ୍ତି।
ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଏହି ଆକ୍ରମଣରେ ପାକିସ୍ତାନର କୌଣସି ସମ୍ବନ୍ଧ ନାହିଁ। ଏତିକି ନୁହେଁ ଗୁରୁବାର ଦିନ ପାକିସ୍ତାନ ଭାରତଠାରୁ ପ୍ରମାଣ ମାଗିଛି। କିନ୍ତୁ ପାକିସ୍ତାନର ପୋଲ୍ ତା’ ନିଜ ଲୋକ ହିଁ ଖୋଲୁଛନ୍ତି।
ପହଲଗାମ ଆକ୍ରମଣକୁ ନେଇ ପାକ୍ର ଜଣେ ଅବସରପ୍ରାପ୍ତ ମିଲିଟ୍ରୀ ଅଫିସର ଆଦିଲ ରାଜା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନେ ସେନାଧ୍ୟକ୍ଷ ଜେନେରାଲ ମୁନୀରଙ୍କ ହାତ ଅଛି। ଆଦିଲ ରାଜା କହିଛନ୍ତି ଯେ, ଜେନେରାଲ ମୁନୀର ଏହି ହମଲା ନିଜ ସ୍ୱାର୍ଥ ପାଇଁ କରିଛନ୍ତି।
बडी खबर : पाकिस्तान के पुर्व आर्मी ऑफिसर ने खुलासा किया की पहलगांव मे आतंकी हमला करने का ऑर्डर पाकिस्तान के जनरल आसीम मुनीर ने दिया था।
— Cyber Huntss (@Cyber_Huntss) May 3, 2025