fbpx

କଂଗ୍ରେସକୁ ଲାଗିଲା ବଡ଼ ଝଟକା: ଦଳ ଛାଡ଼ିଲେ ପୂର୍ବତନ ଆଇନମନ୍ତ୍ରୀ ଅଶ୍ୱିନୀ କୁମାର

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଅଶ୍ୱିନୀ କୁମାର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନଆ ଗାନ୍ଧୀଙ୍କୁ ଆଜି ସକାଳେ ଇସ୍ତଫା ପତ୍ର ପଠାଇଛନ୍ତି ଅଶ୍ୱିନୀ । ଦଳରୁ ବାହାରି ଦେଶର ଉନ୍ନତି ପାଇଁ କାମ କରିପାରିବେ ବୋଲି ସେ ଚିଠିରେ ଲେଖିଛନ୍ତି । ତେବେ ମନମୋହନ ସିଂଙ୍କ କାଳରେ ସେ ଆଇନମନ୍ତ୍ରୀ ଥିଲେ ।

ଅଶ୍ୱିନୀ ଚିଠିରେ ଲେଖିଛନ୍ତି ଯେ, ‘ଏହି ବିଷୟ ଉପରେ ବିଚାର କରିବା ପରେ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ ବର୍ତ୍ତମାନ ପରିସ୍ଥିତିରେ ଓ ମୋର ସମ୍ମାନର ସହ ମୁଁ ଦଳ ବାହାରେ ଦେଶର କାରଣରୁ ଭଲ ଭାବରେ ଆଗକୁ ବଢ଼ାଇପାରିବି ।’

Get real time updates directly on you device, subscribe now.