fbpx

ପତ୍ନୀଙ୍କ ସହ କଂଗ୍ରେସରେ ସାମିଲ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ଏକ ମାସ ପୂର୍ବରୁ ପୁଅ ସାଂସଦ ଛାଡି ହାତ ଧରିଥିଲେ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ଏବଂ ତାଙ୍କ ପତ୍ନୀ ପ୍ରେମଲତା ସିଂଙ୍କୁ ନେ ଆସିଛି ବଡ଼ ଖବର । ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଉଭୟ ନେତା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ୨୦୧୪ ରେ ବୀରେନ୍ଦ୍ର ସିଂ ବିଜେପିରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ସେ ଇସ୍ପାତ ମନ୍ତ୍ରୀ ତଥା ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ଥିଲେ । ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ଯିଏକି ହିସାରରୁ ବିଜେପି ସାଂସଦ ଥିଲେ, ସେ ଗତ ମାସରେ ଉଭୟ ବିଜେପି ଏବଂ ଲୋକସଭାରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

ତେବେ ନୂଆଦିଲ୍ଲୀରେ କଂଗ୍ରେସକୁ ଫେରିବା ପରେ ଚୌଧୁରୀ ବୀରେନ୍ଦ୍ର ସିଂ କହିଛନ୍ତି, “ମୋର କଂଗ୍ରେସରେ ଯୋଗଦେବା କେବଳ ଘରକୁ ଫେରିବା ନୁହେଁ, ବରଂ ଏହା ବିଚାରଧାରାର ମଧ୍ୟ ପ୍ରତ୍ୟାବର୍ତ୍ତନ । ମୁଁ ଏହା କହୁଛି କାରଣ ମୁଁ ମୋର ମାନ୍ୟତାକୁ ଅନୁସରଣ କରିଛି । ଦେଶ ନେତାଙ୍କ ପାଇଁ ବ୍ୟବହାରିକ ରୂପରେ କିଛି ଗରିମା ଓ ମାନ୍ୟତା ଅଛି, ଯାହାକୁ ଅନୁସରଣ କରିବା ଉଚିତ୍ କାରଣ ମାନ୍ୟତାକୁ ପାଳନ କରିବା ଦ୍ୱାରା ଆମ ଦେଶ ଶକ୍ତିଶାଳୀ ହେବ ।’

Get real time updates directly on you device, subscribe now.