ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ ଜବାବ ତଲବ ଜାରି ହୋଇଛି । ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ଜାରି ହେଲା ନୋଟିସ ।
କାହିଁକି ବିଧାୟକ ପଦ ରଦ୍ଦ ନହେବ ପକ୍ଷ ରଖିବାକୁ ନୋଟିସ ଜାରି କରାଯାିଛି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ନୋଟିସ ହୋଇଛି । ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ କଲେ ବିଧାନସଭା ସଚିବ ।