fbpx

ଭାରତର ଏହି ୪ କ୍ରିକେଟର ଜୀବନରେ କେବେ ବି ମଦ ଛୁଇଁ ନାହାନ୍ତି, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ବହୁ ବିଶ୍ୱରେକର୍ଡ ଧାରୀ ଖେଳାଳି ରହିଛନ୍ତି । ତେବେ ଅନେକ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନର ଅଜଣା ରହସ୍ୟ ହୁଏତ ଆପଣମାନେ ଜାଣିନଥିବେ । ତେବେ ଟିମ୍ ଇଣ୍ଡିଆର କେଉଁ କେଉଁ ଖେଳାଳିମାନେ ମଦ ପିଅନ୍ତି ଆଉ କେଉଁମାନେ ପିଅନ୍ତି ନାହିଁ ତାହା ଆପଣମାନେ ଜାଣିଛନ୍ତି କି? ଭାରତରେ ଏପରି ୪ ଜଣ ଖେଳାଳି ରହିଛନ୍ତି, ଯେଉଁମାନେ କେବେ କେବେ ମଦ ଛୁଇଁ ନାହାନ୍ତି । ଆସନ୍ତୁ ଜାଣିବା କ’ଣ କହୁଛି ରିପୋର୍ଟ:-

୧- ଭୁବନେଶ୍ୱର କୁମାର: ଭାରତୀୟ ପେସ ବୋଲର ଭୁବନେଶ୍ୱର ଟିମ୍ ଇଣ୍ଡିଆର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ସେ ମୋଟ ୨୧ଟି ଟେଷ୍ଟରେ ୬୩ଟି ୱିକେଟ, ୧୧୯ଟି ଦିନିକିଆରେ ୧୪୧ଟି ୱିକେଟ, ୫୫ଟି ଟି-୨୦ରେ ୫୩ଟି ୱିକେଟ ହାସଲ କରିଛନ୍ତି । ଭୁବନେଶ୍ୱର ମଦ କି ଧୂମପାନ କରନ୍ତି ନାହିଁ ।

୨- ରାହୁଲ ଦ୍ରାବିଡ଼: ‘ଦି ୱାଲ’ ଭାବେ ପରିଚିତ ଦ୍ରାବିଡ଼ଙ୍କୁ ଭାରତର ଜଣେ ସଫଳତମ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଏ । ସେ ୧୬୪ଟି ଟେଷ୍ଟରେ ୧୩,୨୮୮ ରନ, ୩୪୪ଟି ଦିନିକିଆରେ ୧୦,୮୮୯ ରନ ସଂଗ୍ରହ କରିଛନ୍ତି । ଦ୍ରାବିଡ଼ ଜଣେ ଶାନ୍ତ, ସରଳ, ଭଦ୍ର ବ୍ୟକ୍ତି ସହ କେବେ ବି ଧୂମପାନ କି ମଦ୍ୟପାନ କରନ୍ତି ନାହିଁ ।

୩- ଗୌତମ ଗମ୍ଭୀର: ବର୍ତ୍ତମାନ ରାଜନୀତିରେ ବ୍ୟସ୍ତ ଥିବା ଗୌତମ ଏକଦା ଭାରତୀୟ କ୍ରିକେଟ ଦଳର ଜଣେ ଶାନଦାର ଓପନିଂ ବ୍ୟାଟ୍ସମ୍ୟାନ ଥିଲେ । ସେ ୫୮ଟି ଟେଷ୍ଟରେ ୪୧୫୪ ରନ, ୧୪୭ଟି ଦିନିକିଆରେ ୫୨୩୮ ରନ ଓ ୩୭ଟି ଟି-୨୦ରେ ୯୩୨ ରନ୍ ସଂଗ୍ରହ କରିଛନ୍ତି । ସର୍ବଦା ଧୀରସ୍ଥିର ରହୁଥିବା ଗମ୍ଭୀର ନିଶା ଅଭ୍ୟାସଠାରୁ ଦୂରେଇ ରୁହନ୍ତି ।

୪- ପରଭେଜ ରସୁଲ: ଜମ୍ମୁ କଶ୍ମୀରର ଘରୋଇ ମ୍ୟାଚରେ କ୍ୟାପ୍ଟେନସିପ କରିଥିବା ରସୁଲ ଟିମ୍ ଇଣ୍ଡିଆ ପାଇଁ ଖେଳି ସାରିଛନ୍ତି । ରସୁଲ ଭାରତ ପାଇଁ ଗୋଟିଏ ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟି-୨୦ରେ ସେ ମାତ୍ର ୫ ରନ୍ ସଂଗ୍ରହ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ୮୨ଟି ମ୍ୟାଚରେ ସେ ୪୮୦୭ ରନ୍ ସଂଗ୍ରହ କରିବା ସହ ୨୬୬ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ରେକର୍ଡ ଦୃଷ୍ଟିରୁ ବିଚାର କଲେ ସେପରି ଖାସ୍ ନଥିବା ବେଳେ ସେ ନିଶାଠାରୁ ବହୁ ଦୂରରେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.