fbpx

ଚେକ୍ ରିପବ୍ଲିକରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୪ ଜଣଙ୍କର ମୃତ୍ୟୁ; ୨୩ ଆହତ

Advertisement

ପ୍ରାଗ: ଚେକ୍ ରିପବ୍ଲିକରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅଧିକାରୀମାନେ ଗୁରୁବାର ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଚେକ୍ ରିପବ୍ଲିକରେରେ ଆଭ୍ୟନ୍ତରୀଣ ମନ୍ତ୍ରୀ ଭିଟ୍ ରାକୁସନ୍ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଅତି କମରେ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ବୁଧବାର ବିଳମ୍ବିତ ରାତିରେ ପ୍ରାଗର ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପାରଦୁବାଇସ ସହରରେ ଏହି ଘଟଣା ଘଟିଛି ।

ପ୍ରମୁଖ ରେଳ ଲାଇନରେ କାର୍ଯ୍ୟ ବନ୍ଦ ହୋଇଛି :-

ଗୃହମନ୍ତ୍ରୀ ଭିଟ ରକୁସନ କହିଛନ୍ତି ଯେ ଏହି ଯାତ୍ରୀବାହୀ ଟ୍ରେନ ଘରୋଇ କମ୍ପାନୀ ‘ରେଜିଓଜେଟ’ର ଥିଲା । ପରିବହନ ମନ୍ତ୍ରୀ ମାର୍ଟିନ କୁପକା କହିଛନ୍ତି ଯେ ପ୍ରାଗ ଏବଂ ଦେଶର ପୂର୍ବ ଭାଗ ମଧ୍ୟରେ ଥିବା ମୁଖ୍ୟ ରେଳ ଲାଇନ ଉପରେ କାର୍ଯ୍ୟ ବନ୍ଦ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ ପେଟ୍ର ଫିଆଲା ଏହି ଦୁର୍ଘଟଣାକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.