fbpx

କମୁନି କରୋନା: ଆଜି ୪ ହଜାର ମୃତ

ନୂଆଦିଲ୍ଲୀ, ୧୪ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧୭କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୪୩ ହଜାର ୧୪୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୪ ହଜାର ୮୯୩ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୭୯ ହଜାର ୫୯୯ରେ ପହଞ୍ଚିଛି । ୧୭ କୋଟି ୯୨ ଲକ୍ଷ ୯୮ ହଜାର ୫୮୪ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.