fbpx

୨୯ ବର୍ଷରେ କ୍ରିକେଟ ଛାଡିଲେ ଏହି ସୁନ୍ଦରୀ; ଜିତି ସାରିଛନ୍ତି ବିଶ୍ୱକପ

Advertisement

ନୂଆଦିଲ୍ଲୀ: ମାତ୍ର ୨୯ ବର୍ଷ ବୟସରେ କ୍ରିକେଟଚ ଛାଡିଛନ୍ତି ଫ୍ରାନ ୱିଲସନ । ୨୦୧୭ରେ ୱିଲସନ୍ ଇଂଲଣ୍ଡ ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଥିଲେ ମଧ୍ୟ ଘରୋଇ କ୍ରିକେଟ ଖେଳିବା ଜାରି ରଖିବେ ଫ୍ରାନ ୱିଲସନ୍ । ରାଚେଲ୍ ହେହୋ ଫ୍ଲିଣ୍ଟ ଟ୍ରଫି, ଚାର୍ଲୋଟ ଏଡୱାର୍ଡସ କପ୍ ଏବଂ ଦ ହଣ୍ଡ୍ରେଡ୍ ଖେଳିବା ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ଫ୍ରାନ ।

୨୯ ବର୍ଷୀୟ ଫ୍ରାନ ଇଂଲଣ୍ଡ ପାଇଁ ୩୩ଟି ଦିନିକିଆ, ୩୦ଟି ଟି-୨୦ ଏବଂ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୨୦୧୦ ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିଥିଲେ ଫ୍ରାନ । ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ୮୫ ରହିଥିବା ବେଳେ ଟି-୨୦ରେ ତାଙ୍କର ସର୍ବାଧିକ ସ୍କୋର ୪୩ ରହିଛି । ବିଗତ ୧୦ ବର୍ଷ ଧରି ଇଂଲଣ୍ଡ ପାଇଁ କ୍ରିକେଟ ଖେଳୁଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ୱିଲସନ କହିଛନ୍ତି ।

Get real time updates directly on you device, subscribe now.