ଆହୁରି ସୁନ୍ଦରୀ ହେବେ ମହିଳା କଏଦୀ! ନୂଆ ବର୍ଷରେ କଏଦୀଙ୍କ ପାଇଁ ବଡ଼ ଉପହାର, ଜେଲରେ ଖୋଲିଲା ପାର୍ଲର
ଜେଲ ପାଲଟିବ ମହିଳାଙ୍କ ପାଇଁ ମେକଅପ୍ ଷ୍ଟୁଡିଓ । ବାଳ କାଟିବାଠାରୁ ଆରମ୍ଭ କରି ନେଲପଲିସ୍ ଲଗେଇବା ପର୍ଯ୍ୟନ୍ତ ପ୍ରଫେଶନାଲମାନେ ମହିଳା କଏଦୀଙ୍କ ମେକଅପ୍ କରିବେ ।
ନୂଆଦିଲ୍ଲୀ: ପାର୍ଲର ଯାଇ ନିଜକୁ ସବୁବେଳେ ମେଣ୍ଟେନ ରଖୁଥିବା ମହିଳା କଏଦୀଙ୍କୁ ନାହିଁ ଟେନଶନ୍ । କାରଣ ଜେଲରେ ଥାଇ ମଧ୍ୟ ସେମାନେ ତାଙ୍କ ସ୍କିନ୍ କେୟାର ରୁଟିନ୍ ଫଟୋ କରିପାରିବେ ।
କାରଣ ଏବେ ତିହାର ଜେଲରେ ଖୋଲିଯାଇଛି ବ୍ୟୁଟି ପାର୍ଲର । ଜେଲ ନମ୍ବର ୬ରେ ଖୋଲିଯାଇଛି ଏହି ପାର୍ଲର । କଏଦୀମାନେ ନିଜ ଚୁଟି କାଟିବାଠାରୁ ଆରମ୍ଭ କରି ଫେସିଆଲ , ଥ୍ରେଡିଂ, ପେଡିକିଓର ଏବଂ ମେନିକିଓର କରିପାରିବେ । ଏ ସବୁ ସୁବିଧା ପାଇବାକୁ ଚାହୁଁଥିବା କଏଦୀଙ୍କୁ ସେବା ବାବଦକୁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ।
ପେଡ଼ିକିଓା ପାଇଁ ୪୦ ଟଙ୍କା, ସ୍ପା ପାଇଁ ୧୫୦ ଟଙ୍କା, ଫେସିଆଲ ପାଇଁ ୮୦, ଥ୍ରେଡିଂ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ ।
ଜେଲ ଦରଠାରୁ ମର୍କେଟରେ ଏ ସବୁ ସେବାର ମୂଲ୍ୟ ୧୦ଗୁଣା ଅଧିକ ରହିଛି ।
କଏଦୀମାନେ ଖାଲି ଯେ, ପାର୍ଲରରେ ସଜେଇ ହେବେ ତା’ ନୁହେଁ ସେମାନେ ଏହାକୁ ପେଶା ଭାବେ ମଧ୍ୟ ଆପଣେଇ ପାରିବେ । କାରଣ ଜେଲରୁ ବାହାରିବା ପରେ ସେମାନେ ଏଥିରୁ ୨ ପଇସା ରୋଜଗାର କରିବେ ବୋଲି କହିଛନ୍ତି ଜିହାର ଜେଲ ସପରିଟେଣ୍ଡେଣ୍ଟ ।
ଗୋଦରେଜ୍ ଏବଂ ହବିବ୍ସ ହେୟାର ପକ୍ଷରୁ କଏଦୀମାନଙ୍କୁ ପାର୍ଲର କୋର୍ସ ଶିଖାଯିବ ।
ଜେଲରେ ଥିବା ପୁରୁଷଙ୍କ ପାଇଁ କିନ୍ତୁ ସାଧାରଣ ସେଲୁନ୍ ରହିଛି । ଆଗାମୀ ଦିନରେ ସେମାନଙ୍କ ପାଇଁ ଜେନ୍ସ ପାର୍ଲର ତିଆରି କରାଯିବ ।