ବାରମ୍ବାର ପେଟ ଯନ୍ତ୍ରଣା ହେଉଥିଲେ ହୋଇପାରେ ଏହି ଗମ୍ଭୀର ରୋଗ, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଶରୀର ଅଛି ମାନେ ରୋଗ ହେବା ସ୍ୱାଭାବିକ । କେବଳ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ହିଁ ଜଣେ ବ୍ୟକ୍ତି ରୋଗ ଠାରୁ ଦୂରେଇ ରହିପାରିବ । ଏଥିମଧ୍ୟରେ ଆପେଣ୍ଡିସାଇଟିସ୍ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଆପେଣ୍ଡିକ୍ସ ହେଉଛି ୩-୪ ଇଞ୍ଚ୍ ଲମ୍ବର ଏକ ଛୋଟ ଟ୍ୟୁବ୍ ଆକାର ଭଳି ଯାହା ବଡ଼ ଅନ୍ତନଳୀ(Large Intestine) ସହ ଜଡ଼ିତ । ବ୍ୟକ୍ତିକୁ ଏସିଡିଟି, ଅପଚ କିମ୍ବା ପେଟ ଜଡ଼ିତ କୌଣସି ଇନଫେକ୍ସନ୍ ସମସ୍ୟା ରହିଲେ ଆପେଣ୍ଡିକ୍ସ ଫୁଲିଯିବା ସହ ଯନ୍ତ୍ରଣା ହୋଇଥାଏ । ସାଧାରଣତଃ ଆପେଣ୍ଡିକ୍ସ ୨ ପ୍ରକାରର ପ୍ରଥମ ଏକ୍ୟୁଟ୍ ଆପେଣ୍ଡିକ୍ସ ଏବଂ ଦ୍ୱିତୀୟ କ୍ରୋନିକ୍ ଆପେଣ୍ଡିକ୍ସ । ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀରେ କୌଣସି ବର୍ଗର ବ୍ୟକ୍ତିକୁ ଆପେଣ୍ଡିକ୍ସ କ୍ୟାନସର ହୋଇପାରେ । ବିଶେଷକରି ଯୁବାବସ୍ଥା(୧୦ରୁ ୩୦ ବର୍ଷ)ରେ ଅପେଣ୍ଡିକ୍ସ ହେବାର ଆଶଙ୍କା ଅଧିକ ଥାଏ । ସଠିକ ସମୟରେ ଲକ୍ଷଣକୁ ଚିହ୍ନଟ କରି ଚିକିତ୍ସା କରିଲେ ଆପେଣ୍ଡିକ୍ସ ସମସ୍ୟାରୁ ମୁକ୍ତି ମିଳିଥାଏ ।

କିପରି ହୋଇଥାଏ ଆପେଣ୍ଡିକ୍ସ କ୍ୟାନସର ?

ଡାକ୍ତରଙ୍କ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର ସଠିକ୍ କାରଣ ଜଣାପଡ଼ିନାହିଁ । କିନ୍ତୁ ଏହା ଜେନେଟିକ୍ ପରିବର୍ତ୍ତନ, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନ୍ କ୍ୟାନସରର ଫ୍ୟାମିଲି ହିଷ୍ଟ୍ରି, ପେଟରେ ଆଘାତ, ଟ୍ୟୁମର, କ୍ରନିକ୍ ଫୁଲା ସମ୍ବନ୍ଧୀୟ ରୋଗ ଅନ୍ତର୍ଭୁକ୍ତ ।

ଆପେଣ୍ଡିକ୍ସ କ୍ୟାନସରରେ ଏହି ସବୁ ଲକ୍ଷଣ ଦେଖାଯାଏ

୧. ପେଟର ତଳ ଡାହାଣ ପାଶ୍ୱର୍ରେ ଯନ୍ତ୍ରଣା
୨. ପେଟ ଫୁଲା ବା ଆକାର ବୃଦ୍ଧି
୩. ବାନ୍ତି ଓ ଜ୍ୱର
୪. ଓଜନ ହ୍ରାସ ହେବା
୫. କୋଷ୍ଠକାଠିନ୍ୟ

ନିମ୍ନଲିଖିତ ଚିକିତ୍ସା ପଦ୍ଧତି ଦ୍ୱାରା ଆପେଣ୍ଡିକ୍ସ ଚିକିତ୍ସା ଭଲ ହୋଇଥାଏ 

– ଆଣ୍ଟିବାୟୋଟିକ୍ ଔଷଧ: ଆଣ୍ଟିବାୟୋଟିକ୍ ଔଷଧ ସେବନ ଦ୍ୱାରା ସଂକ୍ରମଣ ଏବଂ ଫୁଲାକୁ କମ୍ କରାଯାଇଥାଏ । ଏହା ଦ୍ୱାରା ଆପେଣ୍ଡିକ୍ସର ସାଧାରଣ ସମସ୍ୟା ଦୂର ହୋଇଥାଏ ।
– ଅସ୍ତ୍ରୋପଚାର: ଡାକ୍ତରମାନେ ଲାପ୍ରୋସ୍କୋପିକ୍ ଏବଂ ଓପନ୍ ସର୍ଜରୀ ଦ୍ୱାରା ଆପେଣ୍ଡିକ୍ସକୁ ହଟାଇଥାନ୍ତି ।