fbpx

ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି କ୍ୟାନ୍ସର ସଂକେତ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ ଆମକୁ ଅନେକ ସମୟରେ ବିପଦରେ ପକାଇଥାଏ । ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି । ଯେଉଁଥିରେ କ୍ୟାନ୍ସର ପରି ମାତାତ୍ମକ ରୋଗ ମଧ୍ୟ ସାମିଲ ଅଛି । ତେବେ ଏହି କ୍ୟାନ୍ସର ବିଭିନ୍ନ ପ୍ରକାରର ହୋଇଥାଏ, ଯଦି ଏହାର ସଠିକ ସମୟରେ ଚିକିତ୍ସା କରା ନଯାଏ ତାହାଲେ ଏହା ଜୀବନପ୍ରତି ବିପଦ ସୃଷ୍ଟି କରିବା ସହ ମୃତ୍ୟୁର କାରଣ ମଧ୍ୟ ସାଜିଥାଏ । ତେବେ ଏହି କ୍ୟାନ୍ସର ମଧ୍ୟରୁ ଗୋଟିଏ ହେଉଛି ଗାଇନୋଲୋଜିକାଲ କ୍ୟାନ୍ସର, ଯାହାକି ମହିଳାମାନଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଦେଖାଦେଇଥାଏ ।ବର୍ତ୍ତମାନ ।ସନ୍ତୁ ଜାଣିବା ଏହି କ୍ୟାନ୍ସର ଏବଂ ଏହାର ଲକ୍ଷଣ ସମ୍ବନ୍ଧରେ…

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗାଇନୋଲିଜିକାଲ କ୍ୟାନ୍ସର ଏପରି ଏକ ରୋଗ ଯାହା ମହିଳାମାନଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇଥାଏ । କାରଣ ଏହା ମହିଳାମାନଙ୍କ ପ୍ରଜନନ ଅଂଶରୁ ଡିମ୍ବାଣୁ, ଗର୍ଭ କିମ୍ବା ଯୋନୀ ଆଦିକୁ ପ୍ରଭାବିତ କରିଥାଏ । ଫଳରେ ଏହା ଜଣେ ମହିଳାର ଜୀବନ ମଧ୍ୟ ନେଇପାରେ । ତେବେ ଏହି କ୍ୟାନ୍ସରର ଲକ୍ଷଣ ସାଧାରଣ ହୋଇଥାଏ । ଯାହାଫଳରେ ଏହାକୁ ସହଜରେ ଜାଣିହୁଏ ନାହିଁ । ଯେଉଁ କାରଣରୁ ଏହା ମହିଳାମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରେ ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଗାଇନୋଲୋଜିକାଲ କ୍ୟାନ୍ସର ଲକ୍ଷଣ ବିଷୟରେ ।

୧.ରକ୍ତସ୍ରାବରେ ଅନିୟମିତିତା: ଗାଇନୋଲୋଜିକାଲ କ୍ୟାନ୍ସରରେ ରକ୍ତସ୍ରାବର ସମସ୍ୟା ଦେଖାଦେଇଥାଏ । ଯୋନିରୁ କୌଣସି ପ୍ରକାର ଡିସଚାର୍ଜ କିମ୍ବା ରକ୍ତସ୍ରାବକୁ ଅଣଦେଖା କରିବା ସାଂଘାତିକ ପ୍ରମାଣିତ ହୋଇପାରେ । ତେବେ ଆପଣଙ୍କ କ୍ଷେତ୍ରରେ ଯଦି ଏପରି କିଛି ସମସ୍ୟା ଦେଖାଦେଉଛି ତାହାଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଇନେବା ଉଚିତ୍ ।

୨.ବାରମ୍ବାର ପରିସ୍ରା ଲାଗିବା: ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ତେବେ ଏହା ସାଧାରଣ କଥା ନୁହେଁ । ବରଂ ଏହା ଗୁରୁତର ଅବସ୍ଥାର ସଂକେତ ହୋଇପାରେ । ଖାସ କରି ଏହା ଗାଇନୋଲୋଜିକାଲ କ୍ୟାନ୍ସରର ସଂକେତ ଦେଇଥାଏ । ତେଣୁ ଏପରି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କୁ ଦେଖାଇନେବା ଆପଣଙ୍କ ପାଇଁ ଉଚିତ୍ ରହିବ ।

୩.ଯୋନି (ଭେଜିନା)କୁଣ୍ଡାଇ ହେବା: ଯୋନୀ କିମ୍ବା ଅନ୍ୟାନ୍ୟ ପ୍ରଜନନ ଅଂଶ କୁଣ୍ଡାଇ ହେବା ଏବଂ ଜଳିବା ଆଦି ଲକ୍ଷଣ ସମ୍ବେଦନଶୀଳତା କର୍କଟ ରୋଗର ଲକ୍ଷଣ ହୋଇପାରେ । ତେବେ ୟୁରୀନ ସଂକ୍ରମଣରେ ମଧ୍ୟ ଏହିପରି ଲକ୍ଷଣ ମଧ୍ୟ ଦେଖାଯାଏ । ତେଣୁ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ଯଦି ଆପଣଙ୍କର ଏପରି ସମସ୍ୟା ଦେଖାଯାଏ ତେବେ ତୁରନ୍ତ ମେଡିକାଲ ଯାଇ ଚିକିତ୍ସା କରାନ୍ତୁ ।

୪.ଯୌନ ସମ୍ପର୍କ ସମୟରେ ଅସୁବିଧା: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯୌନ ସମ୍ପର୍କ ସମୟରେ କିମ୍ବା ଏହାପରେ ଯଦି ଜଣେ ମହିଳା ଅଧିକ ଏବଂ ଅସାଧାରଣ ଯନ୍ତ୍ରଣା ଅନୁଭବ କରେ , ତେବେ ଆବଶ୍ୟକ ପରୀକ୍ଷା କରାଇନେବା ଉଚିତ୍ । ଏହି ଯନ୍ତ୍ରଣା ସ୍ତ୍ରୀ ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଗୋଟିଏ ହୋଇଥାଏ । ଯାହାକି ପରବର୍ତ୍ତୀ ସମୟରେ ଗାଇନୋଲୋଜିକାଲ କ୍ୟାନ୍ସରର ଲକ୍ଷଣ ହୋଇପାରେ । ତେଣୁ ଆପଣଙ୍କର ଏପରି ସମସ୍ୟା ହେଉଥିଲେ କିଛି ନଭାବି ଏବଂ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।

୫. ଖାଦ୍ୟ ଖାଇବାରେ ଅସୁବିଧା: ଯଦି ଆପଣଙ୍କୁ ଖାଦ୍ୟ ଖାଇବାରେ ଅସୁବିଧା ହେଉଛି ,ଶୀଘ୍ର ପେଟ ପୁରିଯାଉଛି କିମ୍ବା ଭୋକ କମ୍ ହେଉଛି ତେବେ ଏହିସବୁ ସାଧାରମ ଲକ୍ଷଣକୁ କେବେ ବି ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଗାଇନୋଲୋଜିକାଲ କ୍ୟାନ୍ସର ରୋଗର ଲକ୍ଷଣ ହୋଇପାରେ । ତେବେ ଏପରି ପରିସ୍ଥିତିରେ ଆତଙ୍କିତ ନହୋଇ ଉପଯୁକ୍ତ ଚିକିତ୍ସା କରାନ୍ତୁ । ଏଥିସହିତ ନିଜର ସଠିକ୍ ଯତ୍ନ ନିଅନ୍ତୁ ।

Get real time updates directly on you device, subscribe now.