fbpx

ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ଅମାନୁଷିକ ଅତ୍ୟାଚାର, ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେଲା ସାଙ୍ଗ(Watch Video)

Advertisement

ସାଙ୍ଗକୁ ବାନ୍ଧି ବାଡ଼େଇଲା, ପରେ ଯୌନାଙ୍ଗରେ ଦେଲା ସିଗାରେଟ ଚେଙ୍କ । ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଅମାନୁଷିକ ଅତ୍ୟାଚାର କରିଛି ସାଙ୍ଗ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୟିଦଲପୂର ଫାଣ୍ଡି ଅନ୍ତର୍ଗତ ରାଣିଗୁଡ଼ା ଗାଁ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।  ରାଣିଗୁଡ଼ା ଗାଁର ଗୋପୀ ମୁଦୁଲି ଓ ସିନ୍ଧିଗୁଡ଼ା ଗାଁର ଆନନ୍ଦ ଗୌଡ଼ ଉଭୟ ବନ୍ଧୁ । ଗତ ୨୮ ତାରିଖ ରାତିରେ ଦୁହେଁ ଆନନ୍ଦ ଗୌଡ଼ ଘରେ ବସି ମଦ ପିଇଥିଲେ ପରେ ଆନନ୍ଦ ଗୌଡ଼ ଗୋପୀକୁ ଛାଡି କିଛି ସମୟ ପାଇଁ ବାହାରକୁ ଯାଇଥିବା ବେଳେ ଫେରିବା ସମୟରେ ତା ସ୍ତ୍ରୀ ସହିତ ଗୋପୀକୁ ଦେଖି ସନ୍ଦେହ କରି ତାର ଅନ୍ୟ ସାଙ୍ଗ ସାଥିଙ୍କୁ ଡାକି ଗୋପୀ ମୁଦୁଲି କୁ ଗାଁ ମଝି ଏକ ଖୁଣ୍ଟ ରେ ବାନ୍ଧି ଉଲଗ୍ନ କରି ତା ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେଇଛନ୍ତି ଏବଂ ଏକ ଲାଠି ସାହାଯ୍ୟ ରେ ପ୍ରବଳ ମାଡ଼ ମଧ୍ୟ ମାରିଛନ୍ତି। ଏହି ଅମାନୁଷିକ କାର୍ଯ୍ୟର ଭିଡିଓ କରି ଭାଇରାଲ କରିଥିଲେ । ଆଉ ଏହି ଭିଡିଓ ଆଧାରରେ ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.