fbpx

କେବଳ ୬୦ ଟଙ୍କା ପାଇଁ ସାଙ୍ଗକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା, ୧୧ ଖଣ୍ଡରେ ମିଳିଲା ଶବ

ହମୀରପୁର: ମାତ୍ର ୬୦ ଟଙ୍କା ପାଇଁ ମୃତ୍ୟୁର ଦ୍ୱାର ଦେଖାଇଲା ସାଙ୍ଗ । ମୃତକ ଓ ଅଭିଯୁକ୍ତ ଦୁଇଜଣ ସାଙ୍ଗ ହୋଇଥିବା ବେଳେ ୬୦ ଟଙ୍କା ମାଗିବାରୁ ୧୩ ବର୍ଷର ସାଙ୍ଗ ନିଜର ୧୧ ବର୍ଷର ସାଙ୍ଗକୁ ପଥର ମାରି ହତ୍ୟା କରିଛି । ଏହିଭଳି ଏକ ତୁମୁଳ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ହମୀରପୁର ଠାରେ । ପୋଲିସ୍ ୧୧ ବର୍ଷର ବାଳକଙ୍କୁ ମାରିବା ଅଭିଯୋଗରେ ୧୩ ବର୍ଷର ଅଭିଯୁକ୍ତକୁ ଗିରଫ କରିଛି ।

ଏହାପରେ ମୃତକଙ୍କ ମୃତ ଦେହ ଏକ ବୁଦା ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ୧୧ ବର୍ଷର ଯୁବକଙ୍କ ମୃତ ଦେହ ଜଙ୍ଗଲରେ ବୁଦା ମୁଳରେ ପଡ଼ିଥିବା ସମୟରେ ପଶୁ ମାନେ ତାକୁ ଖାଇ ଖଣ୍ଡ ଖଣ୍ଡ କରିଦେଇଥିଲେ । ତେବେ ଅଭିଯୁକ୍ତ ଜଣକ ନିଜ ଦୋଷକୁ ସ୍ୱୀକାର କରିଥିଲା ଓ ଏହାର କାରଣ ପଚରାଯିବାରୁ କହିଥିଲା ଯେ, ଜୁଆ ଖେଳରେ ହାରିବା ପରେ ୬୦ ଟଙ୍କା ମାଗିଥିଲା ତେଣୁ ହତ୍ୟାକାଣ୍ଡ ଘଟାଇଥିଲା । ଦୁଇ ଦିନ ତଳେ ଜଙ୍ଗଲରେ ପଡ଼ିଥିବା ମୃତ ଦେହକୁ ଠାବ କରାଯାଇଥିଲା । ଯାହାକୁ ଚିହ୍ନଟ କରାଯାଇଛି ।

ଅଭିଯୁକ୍ତ ଜଣକ କହିଛି ଯେ, ସେମାନେ ୪ ମାସ ହେଲା ବନ୍ଧୁ ହୋଇଥିଲେ । ଦିନେ ଘର ଲୋକେ ଜିନିଷ ଆଣିବା ପାଇଁ ୬୦ ଟଙ୍କା ଦେଇଥିଲେ । କିନ୍ତୁ ସେହି ଟଙ୍କାକୁ ସେ ଜୁଆ ଖେଳି ହାରିଯାଇଥିଲା । ତେଣୁ ୧୧ ବର୍ଷର ସାଙ୍ଗକୁ ଟଙ୍କା ମାଗିଥିଲା । ଆଉ ତା ସାଙ୍ଗ ତାକୁ ଟଙ୍କା ବି ଦେଇଥିଲା । ହେଲେ ଟଙ୍କା ମାଗିବା ବେଳକୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଅଭିଯୁକ୍ତ ନିଜ ସାଙ୍ଗକୁ ଜଙ୍ଗଲକୁ ଡାକି ନେଇ ସେଠାରେ ହତ୍ୟା କରିଥିଲା ।

Get real time updates directly on you device, subscribe now.