ସାଙ୍ଗମାନେ ମିଶି ୯ମ ଶ୍ରେଣୀର ଛାତ୍ରକୁ କିଡନାପ କରି ମାଗିଲେ ୧୦ ଲକ୍ଷ, ପରେ କରିଦେଲେ ହତ୍ୟା
କିଛି ନାବାଳକ ସାଙ୍ଗମାନେ ମିଶି ୯ମ ଶ୍ରେଣୀ ଛାତ୍ରକୁ କିଡନାପ କଲେ, ପରେ ତାକୁ ମାରିଦେଲେ
ନୂଆଦିଲ୍ଲୀ: ଦିଲ୍ଲୀର ବଜୀରାବାଦରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାଙ୍ଗମାନେ ମିଶି ୯ମ ଶ୍ରେଣୀ ଛାତ୍ରଙ୍କୁ କିଡନାପ କଲେ ଏବଂ ପରେ ହତ୍ୟା କରିଦେଲେ।
କିଡନାପ କରିଥିବା ସାଙ୍ଗମାନେ ଛାତ୍ରଙ୍କ ପରିବାରକୁ ଫୋନ କରି ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏହି ମୃତକ ଜଣକ ହେଲେ ୧୪ ବର୍ଷୀୟ ବୈଭବ। ଦିନେ ବିଦ୍ୟାଳୟରୁ ଫେରିନଥିଲେ।
ଏହାପରେ ତାଙ୍କ ବାପା ଅନେକ ଖୋଜାଖୋଜି କରିବା ପରେ ପୋଲିସ ଷ୍ଟେସନରେ ଯାଇ ଜଣାଇଥିଲେ। ଏହାରି ମଧ୍ୟରେ ବୈଭବଙ୍କ ବାପାଙ୍କୁ ଏକ ଫୋନ କଲ୍ ଆସିଥିଲା। ସେମାନେ ବୈଭବର ଫୋନରୁ ହିଁ ଫୋନ କରିଥିଲେ।
ଏହାପରେ ଅପହରଣକାରୀମାନେ ତାଙ୍କ ବାପାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏହାପରେ ଏହି ସୂଚନା ବୈଭବର ବାପା ଥାନାରେ ଜଣାଇଥିଲେ। ଅପହରଣକାରୀ କୌଣସି ଉପାୟରେ ଏହି କଥା ଜାଣି ଭଲସ୍ୱା ହ୍ରଦ ପାଖରେ ବୈଭବଙ୍କୁ ହତ୍ୟା କରିଦେଇଥିଲେ।
ଏହାପରେ ପୋଲିସ ଯାଞ୍ଚ କରି ୩ ଜଣ ଅପରାଧୀଙ୍କୁ ହେପାଜତରେ ନେଇ ପଚରାଉଚରା କରିଥିଲା। ଏହି ନାବଳକମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି।
ଏହି ଅପରାଧୀମାନେ ବୈଭବର ଘର ପାଖର ପିଲା। ପୋଲିସ ସିସିଟିଭି ଚେକ୍ କରି ଏହି ଘଟଣା ପର୍ଯ୍ୟନ୍ତ ପହଞ୍ଚିଛି। ବର୍ତ୍ତମାନ ଏହି ୩ଜଣଙ୍କୁ ପୋଲିସ ଗିରଫ କରିଛି।