fbpx

ଜୁଲାଇ ୭ ତାରିଖରୁ ବଦଳିବ ଏହି ରାଶିର ଭାଗ୍ୟ: ଘରକୁ ଆସିବ ଅମାପ ଧନ

Advertisement

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚାଳନାକୁ ବେଶ୍ ମହତ୍ତ୍ୱପୂର୍ଣ୍ଣ ବିଚାର କରାଯାଏ । ପ୍ରତ୍ୟେକ ରାଶି ଉପରେ ଗ୍ରହଚାଳନାର ଶୁଭ-ଅଶୁଭ ପ୍ରଭାବ ପଡ଼ିଥାଏ । ଜୁଲାଇ ୭ ତାରିଖରେ ଶୁକ୍ର ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଭୌତିକ ସୁଖ, ବୈବାହିକ ସୁଖ, ଭୋଗ-ବିଳାସ, ମାନ-ସମ୍ମାନ, କଳା, ପ୍ରତିଭା, ସୌନ୍ଦର୍ଯ୍ୟ, ରୋମାନ୍ସ, କାମ-ବାସନା ଏବଂ ଫେସନ୍ ଡିଜାଇନିଙ୍ଗର କାରକ ଗ୍ରହ ବୋଲି କୁହାଯାଏ । ଶୁକ୍ର, ବୃଷ ଏବଂ ତୁଳା ରାଶିର ସ୍ୱାମୀ ହୋଇଥାନ୍ତି, ମୀନକୁ ଉଚ୍ଚ ରାଶି ଏବଂ କନ୍ୟା ଏହି ଗ୍ରହର ନୀଚ ରାଶି ବୋଲି କୁହାଯାଏ । ଜ୍ୟୋତିଷ ଗଣନା ଅନୁସାରେ, ଶୁକ୍ର ଗ୍ରହର କର୍କଟ ରାଶିରେ ରହିବା ଦ୍ୱାରା କିଛି ରାଶିମାନଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି ।

ମେଷ ରାଶି: ମାଆଙ୍କ ପାଖରୁ ଧନପ୍ରାପ୍ତ ଯୋଗ ରହିଛି । ଏହି ଦିନ ଭିତରେ କୌଣସି ମିତ୍ରଙ୍କର ଆଗମନ ହୋଇପାରେ । ବୌଦ୍ଧିକ କାର୍ଯ୍ୟରୁ ଧନାର୍ଜନ ହେବାର ସମ୍ଭବ ହୋଇପାରେ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । କାର୍ଯ୍ୟ ପ୍ରତି ଉତ୍ସାହ ବୃଦ୍ଧି ହେବ । ଧର୍ମ-କର୍ମ ପ୍ରତି ଇଚ୍ଛାଶକ୍ତି ବୃଦ୍ଧି ହେବ ଏବଂ ମାତାଙ୍କ ସହଯୋଗ ମିଳିପାରିବ ।

ମିଥୁନ ରାଶି: ବସ୍ତ୍ର ଇତ୍ୟାଦି ଉପହାର ମିଳିପାରିବ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ସହିତ ଦ୍ୱିତୀୟ ସ୍ଥାନକୁ ମଧ୍ୟ ଯାଇପାରନ୍ତି । ଆମଦାନୀ-ରପ୍ତାନୀ ବ୍ୟବସାୟରେ ଲାଭ ହୋଇପାରେ । ମାଆଙ୍କ ସାନିଧ୍ୟ ଲାଭ କରିବେ । ବାହନ ସୁଖରେ ବୃଦ୍ଧି ହୋଇପାରେ । ଚାକିରିରେ ଅଫିସରଙ୍କ ସହଯୋଗ ମିଳିପାରେ । ବ୍ୟବସାୟରେ ବିସ୍ତାର ଯୋଜନା ସାକାର ହେବ । ଭାଇମାନଙ୍କ ସହଯୋଗ ମିଳିବ ଏବଂ ଘର-ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ ।

ସିଂହ ରାଶି: କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ମାଆଙ୍କର ସାନିଧ୍ୟ ଲାଭ କରିବା ସହ ସହଯୋଗ ମିଳିପାରିବ । ଲାଭରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଅଫିସରଙ୍କ ସହଯୋଗ ମିଳିବ । ଘର-ପରିବାରର ସୁଖ-ସମୃଦ୍ଧି ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ମନମାଳିନ୍ୟ ରହିପାରେ ।

କନ୍ୟା ରାଶି: ଆୟ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ଅଫିସରଙ୍କ ସହଯୋଗ ମିଳିବା ସହ ପରିବାରର ସହଯୋଗ ମଧ୍ୟ ମିଳିପାରିବ । ମନରେ ପ୍ରସନ୍ନତା ରହିବ ଏବଂ ଚାକିରି କ୍ଷେତ୍ରରେ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

Get real time updates directly on you device, subscribe now.